ରାଇରଙ୍ଗପୁର ଓକିଲ ସଂଘର ନୁତନ ସଭାପତି-ଅକ୍ଷୟ ମହାନ୍ତି, ସଂପାଦକ-ରାମେଶ୍ବର ଅଧିକାରୀ, କୋଷାଧ୍ୟକ୍ଷ-ଲକ୍ଷ୍ମଣ ମାଝୀ ନିର୍ବାଚିତ

ରାଇରଙ୍ଗପୁର,(,ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ ଆଜି ନିର୍ବାଚନ ଅଧିକାରୀ ଜହରଲାଲ ମଣ୍ଡଳ ଏବଂ ସହଯୋଗୀ ଅର୍ଚ୍ଚନା ଦତ୍ତ,ନିୟତି ମହାନ୍ତି, ଲକ୍ଷ୍ମୀ ମହାନ୍ତି, କିଶୋର ମଣ୍ଡଳ,ଏବଂ ସସ୍ମିତା ଦତ୍ତଙ୍କ ପରିଚାଳନାରେ ଓକିଲ ସଂଘ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପଂଜୀକୃତ ୨୧୭ ଜଣ ସଭ୍ଯଙ୍କ ମଧ୍ୟରୁ୨୦୬ ଜଣ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ ।ଆଜିର ନିର୍ବାଚନରେ ନୁତନ ସଭାପତି ଭାବରେ ଅକ୍ଷୟ ମହାନ୍ତି, ସଂପାଦକ- ରାମେଶ୍ବର ମହାନ୍ତି, କୋଷାଧ୍ୟକ୍ଷ-ଲକ୍ଷ୍ମଣ ମାଝୀ, ଉପସଭାପତି -ମନୋଜ ଦାସ,ଯୁଗ୍ମ ସଂପାଦକ-ହରେକୃଷ୍ଣ ମହାନ୍ତ, କାର୍ଯ୍ଯକାରୀ ସଭାପତି-୧- ଗୌରୀ ଶଙ୍କର ଦତ୍ତ୨-ଅରୁଣ ବାରିକ,୩-କିଶୋର ଚନ୍ଦ୍ର ମହାନ୍ତ,୪-ବିଭୁଦେନ୍ଦ୍ର ଲେଙ୍କା,୫-ବିରଞ୍ଚି ନନ୍ଦ,୬-ନନ୍ଦରାଣୀ ହେମ୍ରମ,୭- ସୁବ୍ରତ ମଣ୍ଡଳ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।ଏହି ନିର୍ବାଚିତ ପ୍ରତିନିଧିମାନେ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦାୟିତ୍ୱ ରେ ରହିବେ ।ଆସନ୍ତା ମାର୍ଚରେ ୨୦୨୧ -୨୨ପାଇଁ ଆଉଥରେ ନୁତନ ନିର୍ବାଚନ ହେବ ।ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ