ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଅଲୋଡା ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଭାରତ ରତ୍ନ ଲୌହ ମାନବୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନକୁ କଂଗ୍ରେସ ଦଳ ତରଫରୁ ଦେଶର କୋଣେ ଅନୁକୋଣେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ହେଲେ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରଠାରେ କଂଗ୍ରେସ ଦଳ ଇନ୍ଦିରାଜୀଙ୍କୁ ଭୁଲିଗଲା । ରାଇରଙ୍ଗପୁର ପୌରାଞ୍ଚଳ ମାର୍କେଟରେ ସ୍ଥାପିତ ଇନ୍ଦିରାଜୀଙ୍କ ଜନ୍ମଦିନରେ କଂଗ୍ରେସ ଦଳ ପକ୍ଷରୁ ଇନ୍ଦିରାଜୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ପଡିଲା ନାହିଁ । ଯାହାକୁ ନେଇ ବୁଦ୍ଧିଜିବୀ ଓ ସାଧାରଣରେ ଚର୍ଚା ହେଉଛି । ଦଳର ଦୁର୍ବଳ ନେତୃତ୍ୱକୁ ନେଇ ତୃଣମୂଳ ସ୍ତରର କଂଗ୍ରେସ କର୍ମି ମାନେ ହତାଶ ହୋଇ ବସିଛନ୍ତି । ରାଇରଙ୍ଗପୁର ସହରରେ ବରିଷ୍ଠ କଂଗ୍ରେସ ନେତା ଥାଇ ମଧ୍ୟ ଦଳ ତରଫରୁ ଇନ୍ଦିରାଜୀଙ୍କ ଜନ୍ମ ଦିନକୁ ଅଣଦେଖା ନେଇ ସହରରେ ଚର୍ଚା ଚାଲିଛି ।