ରାଇରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟ ର ଦଶମ ବୋର୍ଡର ଶତ ପ୍ରତିଶତ ସଫଳତା ଦୀକ୍ଷା ଶୀର୍ଷରେ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ବୁଧବାର ଦିନ ସିବିଏସଇ ଦଶମ ବୋର୍ଡର ପରୀକ୍ଷା ଫଳ ପ୍ରକାଶ ପାଇଛି । ମୟୂରଭଂଜ ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟ,ମହୁଲଡିହା, ରାଇରଙ୍ଗପୁରର ଦଶମ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ ଅଦ୍ଭୁତପୁର୍ଣ ସଫଳତା ପାଇଛନ୍ତି । ସମସ୍ତ ୩୬ ଜଣ ଛାତ୍ରଛାତ୍ରୀ ଶତପ୍ରତିଶତ ପାଶ୍ଚାତ୍ୟ କରି ରେକର୍ଡ ସୃଷ୍ଟି କରିଛନ୍ତି ।ପୁଅମାନଙ୍କଙ ପଛରେ ପକାଇ ଝିଅମାନେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । ଦୀକ୍ଷା ଦେବିତା ବେହେରା ୯୭.୬ , ମୌସୁମୀ ମହାନ୍ତ ୯୬.୮,ନୀତେଶ ପଣ୍ଡା ୯୬.୬,ଆଦ୍ଯାଶା ଅଭିଲିପ୍ସା ମହାନ୍ତ ୯୫.୮,ଅଭିଷିକା ମହାନ୍ତି ୯୫.୪,ସାଇ ଶୁଭମ୍ ୯୩,ଅର୍ଚ୍ଚନା କମାଲି ୯୧.୬ ବର୍ଣାଳି ଖୁଣ୍ଟିଆ ୯୧.୨ ଶତକଡା ମାର୍କ ରଖନ୍ତି । ଛାତ୍ରଛାତ୍ରୀମାନେ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ମାନଙ୍କୁ ସେମାନଙ୍କର ସଫଳତା ପାଇଁ କୃତଜ୍ଞତା ଜଣାଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ଦଶମ ବୋର୍ଡ ପରୀକ୍ଷା ଫଳ ଶୁଣି ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ