ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ୧୬୭ କେଶରୁ ୧୨ ଟି ଫଇସଲା,୮,୯୫,୬୦୦ ଟଙ୍କା ଜୋରିମାନା ଆଦାୟ

ରାଇରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ୍‌): ଶନିବାର ଦିନ ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୁପ ରଂଜନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ କୋର୍ଟରୁ ବିଭିନ୍ନ ମାମଲାରେ ୧୬୭ କେଶ ମାମଲା ଶୁଣାଣି କରାଯାଇଥିଲା ତନ୍ମଧ୍ୟରୁ ୧୨ ଟି ତତକ୍ଷଣାତ୍ ସମାଧାନ କରାଯାଇଥିଲା ଏବଂ ୮,୯୫,୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । କାର‌୍ୟ୍ୟକ୍ରମରେ ସିନିୟର୍ ସିଭିଲ ଜଜ ଜୀବନ କୁମାର ପଟ୍ଟନାୟକ,ଏସଡିଜିଏମ ସତ୍ୟବ୍ରତ ରଣା, ଜେଏମଏଫସି ଝିଲି ରୀନା ନାୟକ ପ୍ରମୁଖ ଶୁଣାଣି କରିଥିଲେ ।କୋର୍ଟର କର୍ମଚାରୀ ବୃନ୍ଦ ପରିଚାଳନା ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ