ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ !୧୦ଟି ମାମଲା ସମାଧାନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର କୋର୍ଟ ପରିସରରେ ଶନିବାର ଦିନ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ଅନୂପ ରଂଜନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଆଜି ସମୁଦାୟ ୧୪୪ ଟି କେଶରୁ ୧୦ଟି ମାମଲାର ସମାଧାନ ହୋଇଯାଇଛି । ଏସଡିଜିଏମ କୋର୍ଟରେ ୬ଟି ମାମଲାରୁ ୨,୪୪,୦୦ଟଙ୍କା ଜୋରିମାନା ଆଦାହ ହୋଇଥିବାବେଳେ ସିଭିଲ ଜଜ ସିନିୟର ଡିଭିଜନ କୋର୍ଟରେ ୪ଟି ମାମଲା ଇସଲା ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଏଡିଜେଙ୍କ ସହିତ ସିଭିଲ ଜଜ (ସିନିୟର ଡିଭିଜନ) ଜୀବନ କୁମାର ପଟ୍ଟନାୟକ, ଏସଡିଜିଏମ ସତ୍ଯବ୍ରତ ରଣା,ଜେଏମଏଫସି ଝିଲିଲିନା ନାୟକ ଶୁଣାଣି କରିଥିଲେ ।ତାଲୁକ ଆଇନ ସେବା କମିଟିର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀ ପରିଚାଳନାରେ ସହଯୋଗ କରିଥିଲେ ।