ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସିଭିଲ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ତାଙ୍କ ସହିତ ସଵଜଜ୍ ଶ୍ରୁତିସ୍ନିଗ୍ଧା ଦାସ,ଏସଡିଜିଏମ ଜରିନେ ଖାନ ଏବଂ ଜେଏମଏଫସି ମୋନିକା ଆଚାର୍ଯ୍ୟ ପ୍ରମୁଖ ଶୁଣାଣିରେ ସାମିଲ ହୋଇଥିଲେ ।ଏଡିଜେ କୋର୍ଟରେ ଏମଏସିଟି ୧୧ ଟି ପଂଜିକୃତ ମାମଲାର ଶୁଣାଣି ହୋଇ ୨ ଟି ମାମଲା ଫଇସଲା କରାଯାଇ ୧୧ ଲକ୍ଷ ଟଙ୍କା ଆଦାୟ କରାଯାଇଛି । ସେହିଭଳି ସବଜଜ୍ କୋର୍ଟରେ ଅର୍ଥନୈତିକ ମାମଲାରେ୪୫ ଟିରୁ୧ଟି ଫଇସଲା କରାଯାଇ ୯,୨୦,୯୭୭ ଟଙ୍କା ଆଦାୟ କରାଯାଇଥିବାବେଳେ ବିବାହ ଜନିତ ୩ଟି ମାମଲାରୁ ୧ଟି ଫଇସଲା କରାଯାଇଛି ।ସିଭିଲ କେଶରେ ୬ଟି ମାମଲାରୁ ୧ଟି ଫଇସଲା କରାଯାଇଥିଲା।ସେହିଭଳି ଏସଡିଜିଏମ କୋର୍ଟରେ ୩୮ ଟି ପଂଜିକୃତ ମାମଲାରୁ ୧ଟି ଫଇସଲା କରାଯାଇଛି । ସମୁଦାୟ ୧୦୯ ଟି ପଂଜିକୃତ ମାମଲାରୁ ୮ଟି ମାମଲା ଫଇସଲା କରାଯାଇ କୋଡ଼ିଏ ଲକ୍ଷ କୋଡିଏ ହଜାର ନଅଶହଶତସ୍ତରୀ (୨୦,୨୦,୯୭୭) ଟଙ୍କା ଜୋରିମାନା ଆଦାୟ କରାଯାଇଛି।କାର୍ଯ୍ୟକ୍ରମରେ କୋର୍ଟର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ