ରାଇରଙ୍ଗପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ : ୧୩୧ ଟି ପଂଜିକୃତ ମାମଲାରୁ ୧ଟି ଫଇସଲା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲା ର ରାଇରଙ୍ଗପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି, ରାଇରଙ୍ଗପୁର ଆନୁକୁଲ୍ୟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀଯୁକ୍ତ ଦୀପକ କୁମାର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩୧ ଟି ମାମଲା ପଂଜିକୃତ ହୋଇଥିବାବେଳେ ଏଡିଜେ କୋର୍ଟରେ ୧୧ ଟି, ସିନିୟର୍ ସିଭିଲ ଜଜ କୋର୍ଟରେ ୭୭ଟି, ଏସଡିଜିଏମ କୋର୍ଟରେ ୩୬ଟି ଏବଂ ଜେଏମଏଫସି କୋର୍ଟରେ ୭ଟି ମାମଲା ପଂଜିକୃତ ହୋଇଥିଲା । ତନ୍ମଧ୍ୟରୁ ଜେଏମଏଫସି କୋର୍ଟରେ ଏକମାତ୍ର ବୈବାହିକ ମାମଲାର ଶୁଣାଣି ହୋଇ ଫଇସଲା ହୋଇଥିଲା । କାର୍ଯ୍ୟକ୍ରମରେ ଏଡିଜେ ଦୀପକ କୁମାରଙ୍କ ସମେତ,ସଵଜଜ୍ ବାସୁଦେବ ଆଚାର୍ଯ୍ୟ,ଏସଡିଜେମ ସ୍ମରଣିକା ପ୍ରଧାନ ଏବଂ ଜେଏମଏଫସି ମୋନିକା ଆଚାର୍ଯ୍ୟ ଉପସ୍ଥିତ ଥିଲେ । କୋର୍ଟର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ