ରାଇରଙ୍ଗପୁର ଗୋଷ୍ଠୀ ସାଧନ କେନ୍ଦ୍ର କକ୍ଷରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଫିଜିଓଥେରାପି ଶିବିର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟଳୟ ଅଧିନସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ମାର୍ଗ ଦର୍ଶନରେ ଦିବ୍ୟାଙ୍ଗ ବିଦ୍ୟାର୍ଥି ଓ ଅଭିଭାବକମାନଙ୍କଙ୍କ ପାଇଁ ଫିଜିଓଥେରାପି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର‌ବ୍ଲକ ସମ୍ବଳ ଶିକ୍ଷକ ମହେଶ ଚନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଂଶ ତାଲିମ ନେଇଥିଲେ । ଫିଜିଓ ଥେରାପିଷ୍ଟ ମାନସ ରଂଜନ ପାଢୀ ଫିଜିଓଥେରାପି ଉପରେ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ପିଲାମାନଙ୍କର ମସ୍ତିଷ୍କ ପକ୍ଷାଘାତ, ମାନସିକ ଅନଗ୍ରସର, ଚଳନ ଶକ୍ତି, ରହିତ ବାଧିତ ବିଦ୍ୟାର୍ଥି ବିଶେଷତଃ ଆସିଥିଲେ । ସେମାନଙ୍କୁ କିଭଳି ଫିଜିଓଥେରାପି ଜ୍ଞାନ ଦିଆଯାଇ ମାଂସ ପେଶୀର ଦକ୍ଷତା ବୃଦ୍ଧି କରିହେବ ଯାହାଫଳରେ ନିଜ କାମ ନିଜେ କରିବାକୁ ସକ୍ଷମ ହୋଇପାରିବେ । କାର୍ଯ୍ୟକ୍ରମରେ,ବିଆରଟି ସାଗରିକା ପଣ୍ଡା, ସିଆରସିସି ଉର୍ମିଳା ପାଣି, ମନୋରଂଜନ ମଣ୍ଡଳ, ଅଜିତ ମଣ୍ଡଳ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ