ରାଇରଙ୍ଗପୁର !ଚଳନ୍ତା ଟ୍ରେନ ରୁ ଆସି ଯୁବକ ଗୁରୁତର
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଟାଟା – ବାଦାମ ପାହାଡ଼ ମେମୁ ଟ୍ରେନରୁ ରାଇରଙ୍ଗପୁର ରେଳ ଷ୍ଟେସନ ପାଖରେ ଜନୈକ ଯୁବକ ଚଳନ୍ତା ଟ୍ରେନ ରୁ ଖସିପଡି ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀବେଡା ଗ୍ରାମ ୧୧ ଓ୍ବାର୍ଡ ର ମନମିତ ଓଵେରାଇ ଟାଟାନଗରୁ ସକାଳେ ଟାଟା- ବାଦାମ ପାହାଡ଼ ତେଣୁ ଟ୍ରେନରେ ରାଇରଙ୍ଗପୁର ଫେରୁଥିବା ସମୟରେ ରାଇରଙ୍ଗପୁର ରେଳ ଷ୍ଟେସନ ପାଖରେ ଚଳନ୍ତା ଟ୍ରେନ ରୁ ଖସିପଡ଼ି ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣଗୋଡ ଆଣ୍ଠୁ ତଳକୁ ଭାଙ୍ଗି ଯାଇଥିବାବେଳେ ବାମ ଗୋଡ କ୍ଷତାକ୍ତ ହୋଇଯାଇଛି । ତାଙ୍କୁ ତୁରନ୍ତ ସମାଜସେବୀ ଶଶାଙ୍କ କୁମାର , ନିରାକାର ମହାନ୍ତି ଏବଂ ଅନ୍ୟମାନେ ଗୁରୁତରଙ୍କୁ ରାଇରଙ୍ଗପୁର ହସ୍ପିଟାଲକରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ।ଗୁରୁତର ଯୋଗୁଁ ତାଙ୍କୁ କଟକ ଏସସିବି ସରକାରୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ରବିବାର ଦିନ ତାଙ୍କର ଅପରେସନ କରାଯିବ ବୋଲି ସୂଚନା ମିଳିଛି ।