ରାଇରଙ୍ଗପୁର ତହସିଲ ବିଭିନ୍ନ ସ୍ଥାନ ୯୫ ରୁ ଉର୍ଦ୍ଧ୍ବ ଜଵରଦଖଲକାରୀଙ୍କ ଘର ଉପରେ ବୁଲଡୋଜର ଚଢ଼ି ମାଟିରେ ମିଶାଇଲା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ରାଇରଙ୍ଗପୁର ସହର ଏବେ ପ୍ରଗତିଶୀଳ ସହର ହେବାକୁ ଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶର ଫୋକସରେ ରାଇରଙ୍ଗପୁର ସହର। ମହାମହିମ ରାଷ୍ଟ୍ରପତି ଏବଂ ଡବଲ ଇଞ୍ଜିନ ସରକାର ହେବା ଫଳରେ ବହୁମୂଲ୍ୟ କୋଟି କୋଟି ଟଙ୍କାର ବିଭିନ୍ନ ସରକାରୀ ପ୍ରକଳ୍ପ ହେବାପାଇଁ ଅନୁମତି ମିଳିବା ସହ ଅର୍ଥ ମଧ୍ୟ ମଞ୍ଜୁର ହୋଇଛି ।ପ୍ରକଳ୍ପ ସ୍ଥାପନାପାଇଁ ପାଇଁ ଜମି ଦରକାର । କିନ୍ତୁ ଵହୁମୁଲ୍ଯ ଜମି ସବୁ ଦିର୍ଘ ବର୍ଷ ହେଲା ଜବରଦଖଲକାରୀ,ଜମି ଦଲାଲ ଏବଂ ଜମି ମାଫିଆଙ୍କ କବଜାରେ । ସେମାନଙ୍କ ଅମାପ ପ୍ରଭାବ ଯୋଗୁଁ ପ୍ରକଳ୍ପ ଆରମ୍ଭ ହୋଇ ପାରୁ ନ ଥିଲା । ସରକାରଙ୍କ ଖାମ ଖିଆଲ ନୀତି ଯୋଗୁଁ ସରକାର ତରଫରୁ ସେମାନଙ୍କୁ ବିଜୁଳି,ପାଣି,ଆବାସ ଗୃହ,ରାସ୍ତା କରା ଯାଇଥିଲା ।ଯାହା ଜବରଦଖଲକାରୀଙ୍କର ଭୁଲ ନ ଥିଲା । ସେମାନେ ସ୍ବପ୍ନରେ କେବେ ଭାବି ନ ଥିଲେ ସରକାର ତ ସବୁ ଯୋଗାଇଛନ୍ତି ଆମେ କେବେ ହେଲେ ଉଛେଦ ହେବା ନାହିଁ । କିନ୍ତୁ ସ୍ବପ୍ନ ସ୍ବପ୍ନ ରେ ରହିଗଲା । ସରକାରଙ୍କ ନିଷ୍ପତ୍ତି ଯୋଗୁଁ ସବୁକିଛି ସ୍ବପ୍ନ ଛାରଖାର ହୋଇଗଲା ।ସରକାର ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜମି ଆବଶ୍ୟକ କରି ଜବରଦଖଲକାରୀଙ୍କୁ ଉଛେଦ ପାଇଁ ଜବରଦଖଲକାରୀଙ୍କୁ ନୋଟିସ ଦେଵାକୁ ବାଧ୍ୟ ହୋଇଥିଲେ । ସେମାନଙ୍କ ସହ ଆଲୋଚନା କରିଥିଲେ ।ବହୁ ହିତାଧିକାରୀ ସରକାରଙ୍କ କଥା ମାନି ନିଜସ୍ବ ଖର୍ଚରେ ଘରର ଆସଵାଵ ନେବା ସହ ଘରର ଆଜବେଷ୍ଟସ,ଟିଣ,କବାଟ,ଝରକା ନେଇ ଯାଇଥିଲେ ।କିଛି ଲୋକ ଘର ଭାଙ୍ଗିବା ପାଇଁ ସମୟ ନେଇଥିଲେ ।ଏହି କାର୍ଯ୍ୟକ୍ରମ ଦିର୍ଘ ୩ ମାସ ହେଲା ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ବାଳ ନେତୃତ୍ୱରେ ଓ ପ୍ରଚେଷ୍ଟାରେ ଚାଲୁ ରହିଥିଲା । ରାଇରଙ୍ଗପୁର ର ଉଡ୍ଡାନ ଯୋଜନାରେ ଦାଣ୍ଡବୋଷ ଏୟାର ଟର୍ମିନାଲ ପାଇଁ ୭୪ ଏକର‌ଜମି ଥିବାବେଳେ ଆହୁରି ୪୩ ଏକର ଜମି ଆବଶ୍ୟକ ଥିଲା । ତେଣୁ ଏୟାର ଷ୍ଟ୍ରିପ ଦାଣ୍ଡ ବୋଷ ନିକଟସ୍ଥ ମୁରୁଗାଘୁଟୁ ଗ୍ରାମରେ ୧୦ ଟି ଘର ଏବଂ ପୋଖରୀଆ ଗ୍ରାମରେ ୩୩ ଟି ଘରର ମାଲିକମାନେ ଆସବାବ ନେଇ ଯାଇଥିଲେ । ତେଣୁ ସେହି ଘରଗୁଡିକୁ ଦୁଇଟି ପର୍ଯ୍ୟାୟରେ ରାଇରଙ୍ଗପୁର ତହସିଲ ତରଫରୁ ବୁଧବାର ଦିନ ବୁଲ ଡୋଜର ଲଗାଇ ଉଛେଦ କରା ଯାଇଛି । ସେହିଭଳି କଲେଜ ଛକ ପାଖରେ ଜାତୀୟ ରାଜପଥ କଡ଼ରେ ଥିବା ପୌରାଞ୍ଚଳର ୭ ଟି ଗୃହ ଏବଂ ସନ୍ନିକଟ ନୂଆଗାଁ ର ସରକାରୀ ଜମିରେ ଥିବା ୪୨ ରୁ ଉର୍ଦ୍ଧ୍ବ ଦୋକାନ ଗୃହ ,ଘରଏବଂ ଘରଗୁଡିକରେ ମାଲିକମାନେ ନିଜ ଜିନିଷ ନେଇ ସାରିଥିବା ପରେ ପ୍ରଶାସନ ତରଫରୁ ବୁଲ ଡୋଜର ଲଗାଇ ସମ୍ପୁର୍ଣ୍ଣ ଉଛେଦ କରାଯାଇଛି । ସବୁକିଛି ଧ୍ବଂସ ସ୍ତୁପ ରେ ପରିଣତ ହୋଇଛି । ସମଗ୍ର ଅଞ୍ଚଳ ଖାଲି ଖାଁ ଖାଁ ଲାଗୁଛି । ନୂଆଗାଁ ରେ ସେଠାରେ ଦକ୍ଷତା ବିକାଶ କେନ୍ଦ୍ର,ଫାଣ୍ଡି ନିର୍ମାଣ ହେବାର ଯୋଜନା ରହିଛି । ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶ୍ବାଳ ଏବଂ ତାଙ୍କର କର୍ମଚାରୀ ଦିର୍ଘ ୬ ମାସ ହେଲା ବାରମ୍ବାର ଜବରଦଖଲକାରୀଙ୍କୁ ବୁଝାସୁଝା କରିବା ଏବଂ ରାଇରଙ୍ଗପୁର ସହରକୁ ଭାରତର ଏକ ଆଖିଦୃଶିଆ ସହର ନିର୍ମାଣ ପାଇଁ ସମସ୍ତେ ଆଗକୁ ଆସିବା,ସହଯୋଗ କରିବା ଏବଂ ଭାଗିଦାରୀ ହେବା ପାଇଁ ବୁଝାସୁଝା ଓ ଚେଷ୍ଟା କରିଥିଲେ । ତାଙ୍କର ବିଶାଳ ପ୍ରଚେଷ୍ଟା ଯୋଗୁଁ ବିନା ଗଣ୍ଡଗୋଳରେ ଜବରଦଖଲ ଉଛେଦ ସମ୍ଭବ ହୋଇପାରିଲା ଯାହାକି ପ୍ରଶଂସନୀୟ । ଜବରଦଖଲକାରୀ ମାନେ କୋହଭରା କଣ୍ଠରେ କହିଥିଲେ ଆମର ପ୍ରବଳ କ୍ଷତି ହୋଇଛି ହେଉ ପଛେ ରାଇରଙ୍ଗପୁର ସହର ଏକ ପ୍ରଗତିଶୀଳ ସହର ହେଉ । ରାଇରଙ୍ଗପୁର ତହସିଲଦାର କହିଥିଲେ ପ୍ରଶାସନ ତରଫରୁ ସରକାରୀ ଗାଇଡ଼ ଲାଇନ ଅନୁସାରେ ଯାହାକିଛି ବ୍ୟବସ୍ଥା ଓ ସାହାଯ୍ୟ ଥିବ ଆମ୍ଭେ ଯୋଗାଇ ଦେବୁ ।ବିଶେଷତଃ ୨୦୨୧ ରୁ ନୂଆଗାଁ ରେ ସରକାରୀ ଫାଣ୍ଡି ନିର୍ମାଣ ହେବା ପାଇଁ ଅନୁମତି ମିଳିଥିବାବେଳେ ଜବରଦଖଲକାରୀଙ୍କ କବଳରୁ କୌଣସି ନା କୌଣସି କାରଣରୁ ଉଛେଦ ସମ୍ଭବ ହୋଇ ପାରି ନ ଥିଲା । ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ଦୂରଦୃଷ୍ଟି ନୀତି ଯୋଗୁଁ ଏଠାରେ ଉଛେଦ ସଫଳ ହେବା ସହ ସରକାରୀ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ବାଟ ଫିଟିଲା । ବୁଧବାର ଦିନ ଜବରଦଖଲ ଉଛେଦ ସମୟରେ ମାଜିଷ୍ଟ୍ରେଟ ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶ୍ବାଳ,ଵହଳଦା ତହସିଲଦାର ଭକ୍ତ ବନ୍ଧୁ ଵେହେରା, ଆସିଷ୍ଟାଣ୍ଟ କଲେକ୍ଟର ସୁଧାକର ସେଠୀ,ରାଇରଙ୍ଗପୁର ଉପଖଣ୍ଡ ପୋଲିସ ପ୍ରଶାସକ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ସ୍ଵାଇଁ ,ଦୁଇ ପ୍ଲାଟୁନ ପୁରୁଷ ପୋଲିସ ଫୋର୍ସ ଏବଂ ଦୁଇ ପ୍ଲାଟୁନ ମହିଳା ପୋଲିସ ଫୋର୍ସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା ସହ ଉଛେଦ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ ସଫଳ କରାଇବାରେ ଆଗେଇ ନେଇଥିଲେ । ରାଇରଙ୍ଗପୁର ତହସିଲ ପକ୍ଷରୁ ଜବରଦଖଲ ଉଛେଦ ପ୍ରକ୍ରୀୟା ନେଇ ଜମି ଦଲାଲ,ମାଫିଆ, ଜବରଦଖଲକାରୀଙ୍କ ମଧ୍ୟରେ କୋକୁଆ ଭୟ ଓ ଛନକା ପଶି ଯାଇଛି । ପ୍ରଶାସନର ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ,ସଚେତନ ନାଗରିକ,ବିକାଶମଂଚ, ବଣିକ ସଂଘ ସମସ୍ତଙ୍କ ତରଫରୁ ପ୍ରଶଂସା କରାଯାଇଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ରାଇରଙ୍ଗପୁର ସହର ଏକ ପ୍ରଗତିଶୀଳ ହେଉ ସମସ୍ତେ ମିଳିମିଶି ସହଯୋଗର ହାତ ବଢ଼ାଇବା ସହ ଭାଗିଦାରୀ ହେବା ।ଉଛେଦ ସମୟରେ ରାଇରଙ୍ଗପୁର ରାଜସ୍ବ ପରିଦର୍ଶକ ନିହାର କୁମାର ପାତ୍ର, ରାଇରଙ୍ଗପୁର ଆର ଆଇ ନମିତା ସେଠୀ, ନୁଆ ଗାଁ ଆରଆଇ ସୁନା ରାମ ମାଂଝୀ, ଗ୍ରାମାଞ୍ଚଳ ଆରଆଇ ରାଜେନ୍ଦ୍ର ଜ୍ୟୋତିଷ,ଜାରି ଗୋବିନ୍ଦ ସି, ତୁଷାର ମହାନ୍ତ

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ