ରାଇରଙ୍ଗପୁର ଦେଶ କୁଡୁମୀ ଆକାଡା ଜାହେରା ପକ୍ଷରୁ ଗୋଠ ପୂଜାଅନୁଷ୍ଠିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଦୁବଲାବେଡା ଛକ ନିକଟରେ ଥିବା ଜାହେରା ରେ ରାଇରଙ୍ଗପୁର ଦେଶ କୁଡୁମୀ ଆକାଡା ଜାହେରା ପକ୍ଷରୁ ଦେଶ ଜାହେରା ରେ ବିଧିବଦ୍ଧ ଭାବେ ବନ୍ଦଣା ପର୍ବ ଓ ଗୋଠ ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଅମାବାସ୍ଯା ତିଥି ଠାରୁ ଆରମ୍ଭ ହୋଇ ତିନିଦିନ ଧରି ଏହି ବନ୍ଦଣା ପର୍ବ ପାଳିତ ହୋଇଥାଏ ଏହି ପର୍ବ ହେଉଛି ଗୋ ସଂପଦକୁ ସୁରକ୍ଷିତ ରଖିବା ଗୋ ମାତାଙ୍କୁ ପୂଜାର୍ଚ୍ଚନା କରିବା ଗୋ ସମ୍ପଦ ସୁରକ୍ଷିତ ରହିଲେ ଆଗାମୀ ଦିନରେ ଚାଷି ମାନଙ୍କୁ ଚାଷ କ୍ଷେତ୍ରରେ ହଳ କରିବା ହେଉ ବା ବିହୁଡା ହେଉ କିମ୍ବା ଅମଳ କରିବା ସମୟରେ ନୀରୋଗ ଭାବେ ସାହାଯ୍ୟ କରିବେ । ଗୋ ସମ୍ପଦ ବିନା ଚାଷି ଚାଷ କରିବା ସମ୍ବବ ନୁହେଁ ତେଣୁ ଗୋ ମାତାଙ୍କୁ ସୁରକ୍ଷା ଦେବା ପାଇଁ ଗ୍ରାମ ଦେବୀ ଙ୍କୁ ପୂଜା କରିବା ବିଧି ଓ ପରମ୍ପରା ବୋଲି ଦେହୁରୀ ବୈଦ୍ୟନାଥ ମହାନ୍ତ , ସଭାପତି ମନମୋହନ ମହାନ୍ତ ଓ ସଂମ୍ପାଦକ ଭବାନୀ ଶଙ୍କର ମହାନ୍ତ ପ୍ରକାଶ କରିଥିଲେ ।