ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି ପ୍ରତିଷ୍ଠା ଦିବସ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଜ୍ୟ ବିଜେଡ଼ିର ରୌପ୍ୟ ଜୟନ୍ତୀ ବର୍ଷ ଅବସରରେ ସୋମବାର ଦିନ ଦଳର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ କୁଚେଇବୁଢି ଗ୍ରାମର ଜିଲ୍ଲା କାର୍ଯ୍ୟାଳୟରେ ମୟୁରଭଞ୍ଜ (୨) ଜିଲ୍ଲା ସଭାପତି ଶ୍ରୀ କାଶୀନାଥ ହେମ୍ବ୍ରମଙ୍କ ନେତୃତ୍ୱରେ ବହୁ ସଂଖ୍ୟା ରେ ଦଳୀୟ ନେତୃବୃନ୍ଦ,କର୍ମି, ବିଜୁ ପ୍ରେମୀଙ୍କ ଦ୍ଵାରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଏକ ଆଞ୍ଚଳିକ ଦଳ ଦକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବହୁ ବାଧାବିଘ୍ନ ଭିତରେ ୨୫ ବର୍ଷ ଧରି ଓଡ଼ିଶାକୁ ନିରନ୍ତର ଭାବରେ ସେବା ଯୋଗାଇଛି ବୋଲି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ କହିଥିଲେ ।ଦଳର ନେତୃବୃନ୍ଦ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ୫ଟି ମାଧ୍ୟମରେ ରୂପାନ୍ତରିତ,ଦୁଇ ଦୁଇ ଥର ପୁରୁଷ ହକି କପ୍ ଆୟୋଜନ ସାରା ବିଶ୍ବ ପାଇଁ ଆମ ରାଜ୍ୟ ଉଦାହରଣ ସୃଷ୍ଟି କରି ପାରିଛି ।କୋଭିଡ ସୁପରିଚାଳନା,,ଜୀବନ ବିନ୍ଦୁ,ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା,କୃଷକ,ଯୁବ,ଶ୍ରମିକ,ଦିଵ୍ଯାଙ୍ଗ,ଗମନା ଗମନ,ବିଜୁଳି,ପିଇବା ପାଣି, ଐତିହାସିକ ବିଜୁ ସ୍ବାସ୍ଥ୍ୟ ଯୋଜନା,ପ୍ରଭୃତି ବିଭିନ୍ନ କ୍ଷେତ୍ରରେ ଅଦ୍ଭୁତ ସଫଳତା ପାଇଛି ବୋଲି କହିଥିଲେ । ଏଥିରେ ରାଇରଙ୍ଗପୁର ମ୍ୟୁନିସିପାଲଟି,ବ୍ଳକ,ଵହଳଦା ବ୍ଳକ,ଯାମଦା ବ୍ଳକ ଏବଂ ତିରିଂ ବ୍ଳକର ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ,ଦଳିୟ ଯୁବ, ଛାତ୍ର,ମହିଳା ଯୋଗ ଦେଇଥିଲେ ।୨୦୨୨ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଏବଂ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦିଗ ଦର୍ଶନରେ ମୟୂରଭଞ୍ଜ ବିଜେଡି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିପୁଳ ସଫଳତା ପାଇଥିଲେ ।ସେହି ସଫଳତାକୁ ପୁଣି ଆସନ୍ତା ବିଧାନସଭା ନିର୍ବାଚନରେ ସମସ୍ତ ମତମତାନ୍ତରକୁ ଭୁଲି ଦଳର ନିଷ୍ପତ୍ତିକୁ ମାନି ମୁଁ ସଂଗଠିତ ହୋଇ ନିର୍ବାଚନ ବୈତରଣୀ ପାର ହେବାକୁ ସଂକଳ୍ପ ନିଆଯାଇଥିଲା ।ଏହି ପ୍ରତିଷ୍ଠା ସମାବେଶରେ ନୂତନ ଭାବେ ମନୋନୀତ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ଜଲେନ ବାର୍ଦା,ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା ଏବଂ ଗ୍ରାମୀଣ ବିଦ୍ୟୁତ ବିଭାଗ ଉପଦେଷ୍ଟା ଦିପ୍ତୀମାନ ବଳଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ଦଳ ଦେଇଥିବା ଦାୟିତ୍ବକୁ ନିଷ୍ଠାର ସହ ପାଳନ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା, ବରିଷ୍ଠ ବିଜେଡି ନେତା ପାର୍ଥ ସାରଥି କବି,ମନୁ ଚୌଧୁରୀ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ,ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ,ମହିଳା ବିଜେଡି ସଭାନେତ୍ରୀ ତନୁଜା ମହାନ୍ତ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ରାହୁଲ ଯାଦବ, ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା,ଵହଳଦା ବ୍ଳକ ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର ମାରାଣ୍ଡୀ, ରାଇରଙ୍ଗପୁର ଜିଲ୍ଲା ପରିଷଦ ସଦସ୍ୟ ସଚିନ୍ଦ୍ର ମହାନ୍ତ,ଜାମୁଦା ଜିଲ୍ଲା ପରିଷଦ ସଦସ୍ୟ ପୁର୍ଣ ମାରାଣ୍ଡି,ଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ,ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳ,ଉପସଭାପତି ସ୍ଵରୂପ ବେହେରା, ଜିଲ୍ଲା ସଂପାଦକ ପଙ୍କଜ ରାଉତ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ଵର ସାମଦ, ରାଜେନ୍ଦ୍ର ମଲ୍ଲିକ,ରାଜ୍ୟ ବିଜେଡି ଛାତ୍ର ସଂପାଦକ ବିକାଶ ମହାନ୍ତ,,ଦଳୀୟ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ,ବ୍ଳକଏବଂ ପଞ୍ଚାୟତ ସଭାପତି ସମେତ ବହୁ ସଂଖ୍ୟାରେ ବିଜୁ ପ୍ରେମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ