ରାଇରଙ୍ଗପୁର ବସଷ୍ଟାଣ୍ଡରେ ବିଏସଏଫ କୁ ଯବାନ ଛୁରା ମାଡ଼

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସିମାନ୍ତ ରାଇରଙ୍ଗପୁର ବସଷ୍ଟାଣ୍ଡ ମଦୁଆ,ଜୁଆଡି,ନିଶାବେପାରୀ,ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହାଦ୍ବାରା କି ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ବସଷ୍ଟାଣ୍ଡ ଅସୁରକ୍ଷିତ । ରାଇରଙ୍ଗପୁର ବସଷ୍ଟାଣ୍ଡରେ ଏକ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଅଛି ।ଏହି ବସଷ୍ଟାଣ୍ଡ ଆନ୍ତଃରାଜ୍ୟର ମଧ୍ଯମସ୍ଥଳୀ ଅଛି । ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗର ଲୋକେ ଯିବା ଆସିବା କରନ୍ତି । ବସଷ୍ଟାଣ୍ଡରେ ମଦ ଦୋକାନ ଥିବାରୁ ମଦୁଆ, ନିଶାଗ୍ରସ୍ତଙ୍କୁ ଗୋଳିଆ ପାଣି ସୁହାଇଲା ଭଳି ଲାଗୁଛି ।ମଦୁଆ ମାନେ ଏଠାରେ ଖୁଲମଖୁଲା ଆକଣ୍ଠ ମଦ ପାନ କରି ଯାତ୍ରୀ,ଝିଅ ବୋହୂ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି ଯାହାଦ୍ବାରା ମହିଳା,ଝିଅ, ପରିବାର ଲୋକେ ଦିନରେ ବି ବସଷ୍ଟାଣ୍ଡ କୁ ଆସିବାକୁ ଭୟ କରୁଛନ୍ତି ଓ ସୁରକ୍ଷା ମଣୁ ନାହାନ୍ତି ।ମାତାଲ୍ ମାନେ ମଦ ପିଇ ମାରପିଟ୍ କରୁଛନ୍ତି ।ଅତିତରେ ବସଟିକେଟ କାଉଣ୍ଟରକୁ ନିଆଁ ଲଗାଇ ପୋଡି ଦେଇଥିଲେ ।ଜଣେ ବରିଷ୍ଠ ବିଜେଡି କର୍ମିକୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରିଥିଲେ ।ପ୍ରତି ସପ୍ତାହରେ କିଛି ନା କିଛି ଗଣ୍ଡଗୋଳ ଘଟୁଛି । ଯାହାଦ୍ବାରା କି ଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ବସଷ୍ଟାଣ୍ଡରେ ଗୁରୁବାର ଦିନ ମଧ୍ୟାହ୍ନରେ । ଦିଲ୍ଲୀ ରୁ ଆଜି କେନ୍ଦୁଝର ଜିଲ୍ଲାର ଦେବାଶିଷ ସୋରେନ (୩୨) ବିଏସଏଫ ଯବାନ ଘରକୁ ଫେରୁଥିଲେ ।ସେ ଦିଲ୍ଲୀରୁ ଟାଟା ଏବଂ ଟାଟାରୁ ରାଇରଙ୍ଗପୁର ବସଷ୍ଟାଣ୍ଡ ପହଞ୍ଚିଥିଲେ। ।ଏଠାରୁ ନିଜର ଘର କେନ୍ଦୁଝର ଜିଲ୍ଲାକୁ ଯାଇଥାନ୍ତେ ।ସେ ବସଷ୍ଟାଣ୍ଡରେ ନିଜର ସୈନିକ ବଂଧୁମାନଙ୍କ ସହ ଆଲୋଚନା କରୁଥିବା ବେଳେ ଲେପ୍ରୋସୀ କଲୋନୀରେ ଦୁର୍ଦାନ୍ତ ଯୁବକ ଡିମଲା ବେହେରା ( ୨୦) ସେମାନଙ୍କ ସହ ଯୁକ୍ତିତର୍କ କରି ଗଣ୍ଡଗୋଳ କରିଥିଲା ।ଡିମଲା ଉତ୍ୟକ୍ତ ହୋଇ ଏକ ଧାରୁଆ ଛୁରୀ କାଢି ସେଠାରେ ବୁଲାଇଥିଲା ଓ ସୈନିକ ଦେବାଶିଷର ପିଠିରେ ଭୁଷି ଦେଇଥିଲା । ଦେବାଶିଷଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ପରେ ପରିସ୍ଥିତି ଗୁରୁତର ହେବାରୁ ବାରିପଦା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ରାଇରଙ୍ଗପୁର ଆଦର୍ଶ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଡିମଲାକୁ କାବୁ କରି ଅଟକ ରଖି ତଦନ୍ତ ଚଳାଇଛି । ଘଟଣା ଦେଖି ବସଷ୍ଟାଣ୍ଡରେ ଯାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି । ରାଇରଙ୍ଗପୁର ବସଷ୍ଟାଣ୍ଡରେ ମଦ ଦୋକାନ ସ୍ଥାନାନ୍ତର ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ