ରାଇରଙ୍ଗପୁର ବିଜେଡି ତରଫରୁ ୭୪ ତମ ସ୍ବାଧିନତା ଦିବସ ପାଳିତ
ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ): ଆଜି ରାଇରଙ୍ଗପୁର ବିଜେଡ଼ି ତରଫରୁ ସ୍ୱାଧୀନତା ଦିବସ ଉପଲକ୍ଷେ କୁଚେଇବୁଢ଼ୀ ସ୍ଥିତ ବିଜେଡ଼ି ଦଳୀୟ କାର୍ଯ୍ୟାଳୟ ଠାରେ ଜିଲ୍ଳା ସଦର ସଭାପତି ଶ୍ରୀଯୁକ୍ତ କାଶୀନାଥ ହେମ୍ବ୍ରମଙ୍କ ସଂଯୋଜନା ରେ ଦଳର ସବୁଠାରୁ ବୟସ୍କ ବ୍ୟକ୍ତି ବରିଷ୍ଠ ବିଜେଡି ନେତା ଆଇନଜୀବୀ ଶ୍ରୀଯୁକ୍ତ ରସାନନ୍ଦ ଲେଙ୍କା ମୁଖ୍ୟ ଅତିଥି ରୂପେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଶ୍ରୀ ଲେଙ୍କା ଉପସ୍ଥିତ ଦଳୀୟ କର୍ମକର୍ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ପରି ନିଷ୍ଠାର ସହ ସମାଜସେବାରେ ବ୍ରତୀ ହେବାପାଇଁ ପରାମର୍ଶ ଦେଇଥିଲେ।ଭାରତୀୟ ମୁକ୍ତି ସଂଗ୍ରାମରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ବଳିଷ୍ଠ ଅବଦାନ ପାଇଁ ପ୍ରତ୍ୟେକ ଓଡ଼ିଆ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଜୀମୁତକାନ୍ତି କବି, ପଙ୍କଜ ଦାସ, ଉମାକାନ୍ତ ମହାନ୍ତି,ପାର୍ଥ ସାରଥୀ କବି, ବୃଷ୍ଟି ବିଡ଼ଜ ମଣ୍ଡଳ,ପ୍ରଭାତ ପଟ୍ଟନାୟକ, ଗୌରୀ ଦତ୍ତ, ଅରବିନ୍ଦ ବାଗାଡିଆ,ଧିରା ବେଶ୍ରା,ପୂର୍ଣ୍ଣିମା ମହାନ୍ତ,ନମିତା ହୋତା, ସାରଥୀ ମୁର୍ମୁ, ସୁଷମା ବେହେରା,ଦୀପକ ମିଶ୍ର,କାହ୍ନୁ ମହାପାତ୍ର, କ୍ରିଷ୍ଣା ଶର୍ମା, ଯୁବନେତାଗୌତମ ଶର୍ମା, ଦିପ୍ତୀମାନ ବଳ,ଅଭିଷେକ ପଟ୍ଟନାୟକ, ନିହାର ଦାସ, ଅବିନାଶ ଗିରି, ଗତିକୃଷ୍ଣ ମହାନ୍ତ,ଅମିତ ଶର୍ମା,ଛାତ୍ରନେତା ବିକାଶ ମହାନ୍ତ, ସାଜିଦ ହୁସେନ,ଭିକି ଶର୍ମା, ରାଜୁ ସିଂହ, ଏସକେ ଆଲାଙ୍ଗୀର, ମୁନ୍ନା ଖାଁ, କମଲେଶ ବଳ,ସିକନ ଦାସ, ବନ୍ଧନ ବଳ, ଆହ୍ୱାନ ପଟ୍ଟନାୟକ, ସିତୁ ମାଟିଆ, ସୁଧାଂଶୁ ବେହେରା,ମୋଣ୍ଟି ଦାସ, ଝୁଲା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଯୁବସଙ୍ଗଠ ଗଣେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।