ରାଇରଙ୍ଗପୁର ବିଜେଡି ତରଫରୁ ପୂର୍ବତନ ଶିକ୍ଷାମନତ୍ରୀ ଚୈତନ୍ଯ ପ୍ରସାଦ ମାଝୀଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ପରିସରରେ ଓଡିଶାର ବିଶିଷ୍ଟ ଆଦିବାସୀ ନେତା,ସମାଜ ସଂସ୍କାରକ,ସଂସ୍କୃତ ବିଦ୍ବାନ,ଶିକ୍ଷାବିତ୍,ପୂର୍ବତନ କେନ୍ଦ୍ରମନ୍ତ୍ରୀ,ପୂର୍ବତନ ରାଜ୍ଯ ଶିକ୍ଷାମନ୍ତ୍ରୀ,ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ସୁଯୋଗ୍ଯ ସନ୍ତାନ ସ୍ବର୍ଗତ ଚୈତନ୍ଯ ପ୍ରସାଦ ମାଝୀଙ୍କର ୨ର ଶ୍ରାଦ୍ଧବାର୍ଷକ ଦିବସ ଗୁରୁବାର ଦିନ ପୂର୍ବାହ୍ନରେ ଆଡଭୋକେଟ ଗୌରୀ ଦତ୍ତଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଇରଙ୍ଗପୁର ଓକିଲ ସଂଘର ପୂର୍ବତନ ସଭାପତି ତଥା ଵରିଷ୍ଠ ନାଗରିକ ସଂଘର ସଭାପତି ରସାନନ୍ଦ ଲେଙ୍କା ସଭାପତିତ୍ବ କରିଥିଲ ।ଉପସ୍ଥିତ ଥିବା ସମସ୍ତ ବିଜୁପ୍ରେମୀ ଚୈତନ୍ଯ ପ୍ରସାଦ ମାଝୀଙ୍କ ଫଟୋଚିତ୍ରରେ ପୁଷ୍ମାଲ୍ଯ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ବର୍ଗତ ଶ୍ରୀ ମାଝୀ ମୟୁରଭଞ୍ଜର ଗର୍ବ ଓ ଗୌରବ ତଥା ଆଦିବାସୀ ମାନଙ୍କ ଉତ୍ଥାନ ପାଇଁ ତାଙ୍କ ଉଦ୍ୟମ ଚିର ସ୍ମରଣୀୟ ବୋଲି ଉପସ୍ଥିତ ବକ୍ତା ଗଣ ପ୍ରକାଶ କରିଥିଲେ।ଓଡିଶା ତଥା ଆଦିବାସୀ ବହୁଳ ଇଲାକାରେ ଶିକ୍ଷାର ବିକାଶ ପାଇଁ ତାଙ୍କର ଭୂମିକା ଅବର୍ଣନନୀୟ । ସ୍ମୃତି ଚାରଣ ସଭାରେ ପାର୍ଥ ସାରଥୀ କବି,ଗୋପାଲ ବେଶ୍ରା, ପ୍ରଦୀପ୍ତ ମହାନ୍ତି, ଗୌରୀ ଦତ୍ତ, ବୃଷ୍ଟି ବିଡ଼ଜା ମଣ୍ଡଳ,ଯୁବ ପର୍ଯ୍ଯବେକ୍ଷକ ଗଣେଶ ମହାପାତ୍ର,ଗଣେଶ ମିଶ୍ର,ମୟୂରଭଂଜ ସଦର ବିଜୁ ଯୁବଜନତା ସଭାପତି ଅଭିଷେକ ପଟ୍ଟନାୟକ, ମନିନ୍ଦ୍ର ନାଗ, ପ୍ରଭାତ ପଟ୍ଟନାୟକ,ନିନା ଦାସ, ମାନସ ମହାନ୍ତ, ଆଡଭୋକେଟ ଲକ୍ଷ୍ମୀ ମହାନ୍ତି,ଆଡଭୋକେଟ ନିୟତୀ ମହାନ୍ତି, ତନୁଜା ମହାନ୍ତ,ଅଲୋକ ମହାନ୍ତ,ମୟୂରଭଂଜ ସଦର ବିଜୁ ଛାତ୍ର ଜନତା ଉପସଭାପତି କମଲେଶ ବଳ, ସୌମ୍ୟ ରଞ୍ଜନ ଦାସ, ଗୁନୁ ମହାନ୍ତ ,ସେକ୍ ସଫିରୁଲ ଏବଂ ବହୁ ବିଜେଡି ସଦସ୍ଯ ଉପସ୍ଥିତ ଥିଲେ ।ଶେଷରେ ଆଡଭୋକେଟ ପଙ୍କଜ ଦାସ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ