ରାଇରଙ୍ଗପୁର ଭଂଜସେନା ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଅଣ ରାଜନୈତିକ ସଂଗଠନ ମୟୁରଭଞ୍ଜ ବାସୀଙ୍କ ଚିର ଦୁଃଖର ସାଥୀ ‘ଭଂଜସେନା’ ରାଇରଙ୍ଗପୁର ଶାଖା ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଭଂଜସେନା ଯୁବ ବାହିନୀ ରାଇରଙ୍ଗପୁର ଗାନ୍ଧୀ ପାର୍କରେ ଗାନ୍ଧୀ ଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ଭିକ୍ଷା ନେଇଥିଲେ । ପରେ ଭଂଜସେନା ମୁଖପାତ୍ର ମୋହିତ ବିଶୋଇ ଓ ବାମନଘାଟି ଉପଖଣ୍ଡ ସଭାପତି ଭୌମିକ ବଳ(ଦିପୁ) ମହାତ୍ମାଗାନ୍ଧୀଙ୍କ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଶୁଭରାଜ ପଣ୍ଡା,ଶିବରାଜ ମହାନ୍ତି,ଆକାଶ ମହାନ୍ତି,ବରୁଣ ଦାସ,ବିପୁଳ ମହାନ୍ତ, ପ୍ରକାଶ ମହାନ୍ତ,ରାଜା ସାମଲ, ପଦ୍ମଲୋଚନ ମହାନ୍ତ,ରାଜେଶ ମାରାଣ୍ଡି,ସମିର ବାଲ୍ମୀକି,ସୁମନ ବେଶ୍ରା,ପୃଥୀରାଜ ବେଶ୍ରା,ଅବିନାଶ ମାଝୀ, ରୋହିତ ମୁର୍ମୁ ପ୍ରମୁଖ ସାମିଲ ହୋଇଥିଲେ ।