ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ପରିସରରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ ଭୃବନେଶ୍ବର ଆଂଚଳିକ କେନ୍ଦ୍ର ଏବଂ ରେନସା ସ୍ବଛାସେବୀ ଅନୁଷ୍ଠାନ ମିଳିତ ଆନୁକୁଲ୍ୟରେ ଏହି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଚ୍ଚ ଶିକ୍ଷାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଏହା ଉଦ୍ଦିଷ୍ଟ ।ପିଲାମାନେ ପାଠ ପଢିବା ସହ ସ୍ବଳ୍ପକାଳୀନ ଡିପ୍ଲୋମା,ପିଜି,ଏମ ଏସ ଡବ୍ଲ୍ୟୁ ଇତ୍ୟାଦି ପାଠ ପଢି ପାରିବେ । ଉକ୍ତ କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷ ସୀତାକାନ୍ତ ବେହେରା ସଭାପତିତ୍ବ କରିଥିବା ବେଳେ ରେନସାର ସଂଯୋଜକ ଗୌରିଶଙ୍କର ମିଶ୍ର ଗ୍ନୁ ସମ୍ବନ୍ଧୀୟ ଆଲୋଚନା କରିଥିଲେ । ଯୁବ ଶିକ୍ଷାବିତ୍ ଗଣେଶ ମିଶ୍ର ସାଂପ୍ରତିକ ପରିସ୍ଥିତିରେ ପ୍ରତିଯୋଗୀତା ମୂଳକ ଦୁନିଆରେ ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାରୁ ବଂଚିତ ହେଉଥିବା ପିଲାମାନେ କମଖର୍ଚରେ ଉଚ୍ଚଶିକ୍ଷାଲାଭ କରି ଆଗକୁ ବଢି ପାରିବେ ।ଏସି ଏସଟି ପିଲାମାନଙ୍କୁ ଏଡମିଶନ ପାଇଁ ଆର୍ଥିକ ତଣ୍ଡ ପଡିବ ନାହିଁ ।ପଛୁଆ ବର୍ଗ ପିଲାଙ୍କ ପାଇଁ ଅଧା ଖର୍ଚ ପଡିବ ।ଶେଷରେ ଅଧ୍ୟାପକ ବିଜୟ ରାମ୍ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏଥିରେ ବହୁ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ