ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମହିଳା ମହାବିଦ୍ୟାଳୟ ର ୪୦ ତମ ପ୍ରତିଷ୍ଠା ଦିବସ ମାସ୍କ ଓ ସାମାଜିକ ଦୂରତା ସହିତ ପାଳନ ହୋଇଯାଇଛି । ଡ.ପ୍ରଦୀପ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏବଂ ବିଜୟ କୁମାର ରାମଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ପରିମଳ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ବଳିତ ଏବଂ ପୁଷ୍ପମାଳା ଅର୍ପଣ କରି ଶୁଭାରମ୍ଭ କରିଯାଇଥିବା ସହିତ ଏକ ମିନିଟର ଏକ ମୌନ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ରେ ଡ.ପ୍ରଦୀପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ ବିଜୟ କୁମାର ରାମଙ୍କ ପରିଚାଳନା ରେ ଆଯୋଜିତ କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ମହମବତି ପ୍ରଜ୍ବଳନ ଓ କେକ କଟା ସମାରୋହରେ ସାମାଜିକ ଦୂରତା ରକ୍ଷା କରିଥିଲେ । ଅଧ୍ୟ୍ୟାପିକା ରାଜଶ୍ରୀ ଦାସ କଲେଜ ପ୍ରତିଷ୍ଠା ଏବଂ ଇତିହାସ ଉପରେ ବକ୍ତବ୍ୟ ରଖିଥିଲେ । ଗୋଟିଏ ସପ୍ତାହ ପରେ ଅବସର ନେବାକୁ ଯାଉଥିବା ଆରତି ପଟ୍ଟନାୟକ ତାଙ୍କ ସ୍ମୁତି ଅନୁଭୂତି ବିଷୟରେ କିଛି ବକ୍ତବ୍ୟ ଦେଇଥିଲେ । ଡ.ପ୍ରଦୀପ ମିଶ୍ର ତାଙ୍କ ବକ୍ତବ୍ୟ ରେ ସମସ୍ତ କର୍ମଚାରୀ ମାନଙ୍କୁ ଏକା ସହିତ ମିଳିତ ଭାବେ କଲେଜ ଟିକୁ ଆଗେଇ ନେବାକୁ ଆହ୍ବାନ ଦେଇଥିଲେ । କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଭା ସେଶରେ ଅଧ୍ୟ୍ୟାପକ ରାଜେନ୍ଦ୍ର ମଣ୍ଡଳ ତାଙ୍କ ବକ୍ତବ୍ୟ ରଖି ଧନ୍ୟବାଦ ଅର୍ପଣ କରିଥିଲେ । ଅବନି ନାଏକ ଏବଂ ବବଲୁ କୁମ୍ଭକାର ଙ୍କ ତତ୍ଵାବଧାନରେ ଦିବାଖାଦ୍ୟର ବ୍ୟବସ୍ଥା ହୋଇଥିଲା ।