ରାଇରଙ୍ଗପୁର ମାରଓ୍ବାଡି ମହିଳା ସମିତି ତରଫରୁ ରକ୍ତଦାନ ସଂଗ୍ରହ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମହାମାରୀ ‘କରୋନା’ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲକ୍ ଡାଉନ୍, ସଟ୍ ଡାଉନ୍ ଜାରି ରଖିଛନ୍ତି ।ଯାହାର ପ୍ରଭାବ ଡାକ୍ତରଖାନା ମାନଙ୍କରେ ସିଧା ପଡିଛି । ଲୋକେ କରୋନା ଭୟରେ ବହୁ ସତର୍କତା ସହ ଜୀବନ ବିତାଉଛନ୍ତି । ଏହାର ପ୍ରଭାବ ନେଇ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଡାକ୍ତରଖାନାରେ ରକ୍ତ ସଂକଟ ଦେଖାଦେଇଛି ।ବିଶେଶତଃ ଥାଲାସେମିଆ ରୋଗୀ, ପ୍ରସୂତି ମହିଳା, ଦୁର୍ଘଟଣାରେ ଶିକାର ହୋଇଥିବା ଲୋକମାନେ ରକ୍ତ ପାଇଁ ଡହଳ ବିକଳ ହେଉଛନ୍ତି ।ଜଣେ ମହିଳା ଜାଣେ ମହିଳା ମାନଙ୍କର ଶାରୀରିକ ସମସ୍ୟା । ତେଣୁ ରାଇରଙ୍ଗପୁର ଡାକ୍ତରଖାନାର ରକ୍ତ ଅଭାବ ଶୁଣି ରାଇରଙ୍ଗପୁରର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ ଅନୁଷ୍ଠାନ’ମାରଓ୍ବାଡୀ ମହିଳା ସମିତି’ ରକ୍ତଦାନ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅପରାହ୍ନରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଦୁଇ ଘଣ୍ଟା ମଧ୍ୟରେ ଆୟୋଜନ କରିଥିଲେ । ଏଥିରେ ୧୦ ଜଣ ରକ୍ମଦାତ୍ରୀ ରକ୍ତଦାନ ଦେଇ ନିଜକୁ ଧନ୍ୟ ମଣି ଥିଲେ । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ମହିଳା ସମିତିର ସଭାନେତ୍ରୀ- ବିମଳା ଦେବୀ ଅଗ୍ରୱାଲ, ସଂପାଦିକା-କଳାଓ୍ବତୀ ଜୈନ,ପାରୁଲ ବାଗାଡିଆ,ଅନୀତାଦେବୀ ଚାନ୍ଦଗୋଟିଆ,ମୀରା ଦେବୀ ଅଗ୍ରୱାଲ,ଅନୀତା ଦେବୀ ଚାନ୍ଦଗୋଟିଆ,ସଂଜୁଦେବୀ ସାରଡା ଏବଂ ଅନ୍ୟ ମହିଳା ସଭ୍ୟା ସାମିଲ ହୋଇ ସଫଳ କରାଇଥିଲେ ।ଯଦିଓ ସଂଖ୍ୟରେ କମ୍ ୟୁନିଟ ହୋଇପାରେ । କିନ୍ତୁ ଏଭଳି ବିପତ୍ତି ସମୟରେ ଏହା କିଛିମାତ୍ରାରେ ରୋଗୀଙ୍କ ରକ୍ତ ଅଭାବ ଦୂର କରି ପାରିବ ନିଶ୍ଚିତ! ମାରଓ୍ବାଡି ମହିଳା ସମିତିର ଏଭଳି ସାମାଜିକ ସେବାରେ ଭାଗିଦାରକୁ ସାଧାରଣରେ ପ୍ରଶଂସା କରାଯାଇଛି ।