ରାଇରଙ୍ଗପୁର ମୁନସିପାଲଟି ତରଫରୁ ୫୯ ତମ ସ୍ୱାୟତ୍ତ ଶାସନ ଦିବସ ପାଳିତ
ରାଇରଙ୍ଗପୁର,( ଯୁଗାବ୍ଦ ନୁ୍ୟଜ୍) : ରାଇରଙ୍ଗପୁର ପୈାରାଞ୍ଚଳ ପରିଷଦ ତରଫରୁ ୫୯ ତମ ସ୍ୱାୟତ ଶାସନ ଦିବସ ରାଇରଙ୍ଗପୁର ଷ୍ଟାଡିୟମ ପରିସରରେ ଅନୁÂିତ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଜି ଯୋଗ ଦେବା ସହ ଓଡିଶା ସରକାରଙ୍କ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗ ଦେଇଥିଲେ । ରାଇରଙ୍ଗପୁର ପୌର ପରିଷଦ ଦାୟିତ୍ବରେ ଥିବା ରାଇରଙ୍ଗପୁର ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏବଂ କାର୍ୟ୍ୟନିର୍ବାହୀ ଅଧୀକାରୀ ପ୍ରମୁଖ ସହଯୋଗ ଦେଇଥିଲେ ।ମୋକ୍ଶ ଅତି ଥୀ ରାଜସ୍ବ ମନ୍ତ୍ରୀ ସୁଦାମ ମାରିଣ୍ଡୀ ପତାକା ଉତ୍ତୋଳନ କର ଥିଲେ ।ପରେ ପୌରାଞ୍ଚଳ ଅଧିନସ୍ଥ ବିଦ୍ୟାଳୟଗୁଡ଼ିକରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପେରେଡରେ ଅଂଶ ଗ୍ରହଣ କରିଥିବା ପିଲାମାନଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ । ଅତିଥିଗଣ ରାଇରଙ୍ଗପୁର ପୌରାଞ୍ଚଳକୁ ସ୍ବଛତା,ପରିଷ୍କାର,ପ୍ଲାଷ୍ପିକ ମୂକ୍ତ,ବର୍ଜ୍ୟବସ୍ତକୁ ଠିକ ପରିଚାଳନା କରିବେ ଇତ୍ୟାଦି ଉପରେ ଗୁରୁତ୍ୱ ଦେଇଥିଲେ ।ଅତିଥି ଗଣ ୫୯ ତମ ସ୍ୱାୟତ୍ତଦିବସ ଉପଲକ୍ଷେ ଛାତାରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।ପରେ ମନ୍ତ୍ରୀ ରାଇରଙ୍ଗପୁର ଇନ୍ଫୋ ଷ୍ଟାଡିୟମ,ରାଇରଙ୍ଗପୁର ବଜାର କଲ୍ୟାଣ ମଣ୍ଡପ,ପିସିଏମ କଲ୍ୟାଣ ମଣ୍ଡପ ରାଇରଙ୍ଗପୁରବାସୀଙ୍କୁ ଲୋକାର୍ପିତ କରିଥିଲେ ।