ରାଇରଙ୍ଗପୁର ରେ ଉଦିତ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଦେଲେ ଉତ୍ତର ଭାରତୀୟ ଶ୍ରଦ୍ଧାଳୁ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ରାଇରଙ୍ଗପୁର ରେ ଛଠ୍ ପୂଜା କମିଟି ତରଫରୁ ଛଠ୍ ଉତ୍ସବ ମହାସମାରୋହରେ ପାଳିତ ।ଉତ୍ତର ଭାରତୀୟ ତଥା ବିହାରୀ ସମାଜର ଅନନ୍ୟ ମହାନ ଗଣପର୍ବ ହେଉଛି ଛଠ୍ ପର୍ବ । ଏହା ସାରା ପୃଥିବୀରେ କୋଣେ ଅନୁକୋଣେ ଵସଵାସ କରୁଥିବା ବିହାରୀ ସମାଜ ତରଫରୁ ୪ ଦୀବସୀୟ ଛଠ୍ ପୂଜା ଶ୍ରଦ୍ଧା,ଭକ୍ତି,ନିଷ୍ଠା, ପବିତ୍ରତା, ସଂଯମ ,ଶୁଦ୍ଧତା, ସାତ୍ବିକତା,ଆସ୍ଥା ଓ ଵିଶ୍ବାସର ର ସହ ପାଳନ କରାଯାଉଛି ।ଏହି ପୂଜାରେ ପ୍ରାତଃ ପୂଜ୍ୟ ସୂର୍ଯ୍ୟଦେଵତା ଏବଂ ତାଙ୍କ ପୁତ୍ରୀ ଛୋଟୀ ମଇୟାଁଙ୍କ ପୂଜାର୍ଚ୍ଚନା କରାଯାଏ । ସୂର୍ଯ୍ୟ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା ଯାହାଙ୍କୁ ଆମ୍ଭେ ସବୁଦିନ ଦେଖିଥାଉ।ସେ ମଧ୍ୟ ଆରୋଗ୍ୟ ଅଧିଷ୍ଠାତା ଦେବତା ।ଏହି ପର୍ବରେ ଛଠ୍ ବ୍ରତଧାରୀମାନେ ଘର ଦ୍ବାର,ଚଟାଣୁକୁ ଧୂଆଧୋଇ ସଫା ସୁତୁରା କରି ଗୋବରରେ ଲିପି ପରିଷ୍କାର ପରିଚ୍ଛନ୍ନ କରିଥାନ୍ତି ।ପର୍ବର ପ୍ରଥମ ଦିନ ତଥା ମଙ୍ଗଳବାର ଦିନ ପରିବାରର ସଂଧ୍ୟାରେ ସମସ୍ତେ ନାହାୟ ଭାତ( ଲାଉ + ଭାତ) ଖାଦ୍ୟ ଖାଇ ବ୍ରତ ଆରମ୍ଭ କରିଥାନ୍ତି । ଦିତୀୟ ଦିନ ତଥା ବୁଧବାର ଦିନ ଛଠୀବ୍ରତୀ ମାନେ ଦିନ ତମାମ ନିଷ୍ଠା ଓ ବୁଦ୍ଧିମାନ ସହ ଉପବାସ କରି ସଂଧ୍ୟାରେ ଖରନା ( ଏକ ନିଭୃତ କୋଠରୀରେ ବ୍ରତୀ ମାନଙ୍କ ଦ୍ବାରା କାଠ ଚୁଲିରେ ମାଟି ପାତ୍ରରେ ରନ୍ଧା ହୋଇଥିବା ଗହମ ପ୍ରସ୍ତୁତ ରୋଟୀ ଓ ଗୁଡରେ ତିଆରି ପ୍ରସ୍ତୁତ ହୋଇଥିବା କ୍ଷୀରୀ କୁ ପ୍ରଥମେ ବ୍ରତୀ ମାନେ ଖାଇ ସାରିଲା ପରେ ପରିବାର ଲୋକେ )ଖାଇଥାନ୍ତି ।ତା’ ପରଠାରୁ ୩୬ ଘଣ୍ଟା ନିର୍ଜଳା ଉପବାସ କରିଥାନ୍ତି ।ଆଜି ତୃତୀୟ ଦିନ ତଥା ଗୁରୁବାର ଦିନ ଅପରାହ୍ନରେ ପରିବାରର ଆବାଳବୃଦ୍ଧବନିତା ନବ ବସ୍ତ୍ର ପରିଧାନ କରି କଦଳୀ,ନଡ଼ିଆ,ଆଖୁ,ଦୀପ,ପିଠା,ପଣା,ଭୋଗ,ରାଗ, ନୈବେଦ୍ୟ ,ବିଭିନ୍ନ ପ୍ରକାରର ଫଳ ଭର୍ତ୍ତି ଥିବା ଡଲାକୁ ମୁଣ୍ଡରେ ବୋହି ନିକଟସ୍ଥ ନଦୀ କିମ୍ଵା ଜଳାଶୟ ପାଖକୁ ଯାଇ ଶୌଚ କରି ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ଅର୍ଘ୍ୟ ଦେଇଥିଆନ୍ତି । ଆଜି ଅନ୍ତିମ ଦିନ ଶୁକ୍ରବାର ଭୋରୁ ରାଇରଙ୍ଗପୁର ଏବଂ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଛୋଟ ବ୍ରତଧାରୀ ଏବଂ ତାଙ୍କର ପରିବାର ଲୋକେ ନିଜର ମୁଣ୍ଡ ଉପରେ ଥିବା ଭୋଗ ସାମଗ୍ରୀ ଭର୍ତ୍ତି ଡାଲା ଧରି ରାଇରଙ୍ଗପୁର ର ପୂଣ୍ଯତୋରୟା ଖଡଖାଈ ନଦୀ ପଠାକୁ ଯାଇ ସେଠାରେ ଶୌଚ କରି ଉଦିତ ସୂର୍ଯ୍ୟ ଙ୍କୁ ପୂଜାର୍ଚ୍ଚନା କରିବା ସହ ଅର୍ଘ୍ୟ ଦେଇ ପରିବାରର ଓ ସମାଜର ମଙ୍ଗଳ କାମନା,ଉତ୍ତମ ସ୍ଵାସ୍ଥ୍ୟ,ଧନ ସମ୍ପତ୍ତି ,ଶୁଖ, ଶାନ୍ତି ନେଇ ପ୍ରାର୍ଥନା କରିଥିଲେ । ପୂଜାର୍ଚ୍ଚନା ସାରି ଘାଟ ଉପରକୁ ଆସି ସେଠାରେ ଆକର୍ଷଣୀୟ ମୃଣ୍ମୟ ମୂର୍ତ୍ତି ସୂର୍ଯ୍ୟ ଦେବତା ଏବଂ ତାଙ୍କ ପୁତ୍ରୀ ଛଠ ମଇୟାଁଙ୍କ ପୂଜାର୍ଚନା କରି ବ୍ରତ ଭାଙ୍ଗି ଘରକୁ ଫେରିଥିଲେ । ରାଇରଙ୍ଗପୁର ଛଠ୍ କମିଟି ତରଫରୁ ଖଡଖାଈ ନଦୀପଠାରେ ଜେସିବି ଲଗାଇ ରାସ୍ତାଘାଟ ସମତୁଲ , ପରିଷ୍କାର , ପରିଚ୍ଛନ୍ନ ପଆଲୋକସଜ୍ଜା କରାଯାଇଥିଲା ସାଉଣ୍ଡ ବକ୍ସ ରେ ସୂର୍ଯ୍ୟ ଦେବତାଙ୍କ ଆଧ୍ୟାତ୍ମିକ ଗୀତ ପରିବେଷଣ କରାଯାଇଥିଲା । ସମଗ୍ର ଅଂଚଳ ଛଠ୍ ମୟ ହୋଇ ଉଠିଥିଲା । ଏହି ପର୍ବ ବୈଦିକ,ତ୍ରୈତୟା,ଦ୍ଵାପର ରୁ ଆଜି ପର୍ଯ୍ୟନ୍ତ ପାଳନ କରାଯାଉଛି ।ମାତା ସୀତା ଦେବୀ, ଦ୍ରୌପଦୀ ମଧ୍ୟ ପରିଵାରର‌ ସୁଖ, ଶାନ୍ତି ପାଇଁ ସୂର୍ଯ୍ୟ ପୂଜା କରିଥିଲେ । ଆଦିତ୍ୟ ହୃଦୟ ସ୍ତୋତ୍ର ଦ୍ଵାରା ସୂର୍ଯ୍ୟ ପୂଜା କରି ରାମ ରାବଣକୁ ଯୁଦ୍ଧରେ ପରାସ୍ତ କରିଥିଲେ । ସୂର୍ଯ୍ୟପୂଜା କରି ଶ୍ରୀକୃଷ୍ଣଙ୍କ ପୁତ୍ର ସାମ୍ବ କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ