ରାଇରଙ୍ଗପୁରରେ ଖୋଲିଲା କିଡ୍ନୀ ଡାଇଲିସିସ ସେଣ୍ଟର
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ରାଇରଙ୍ଗପୁରରେ ଆଜି ଏକ କିଡନୀ ଡାଇଲିସିସ ସେଣ୍ଟର ଉଦ୍ଘାଟିତ ହୋଇଛି।ଝାରଖଣ୍ଡ ର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଫିତା କାଟି ଉଦ୍ଘାଟିତ କରିଥିଲେ। ରାଇରଙ୍ଗପୁର ତଥା ଆଖପାଖ ର ଅନେକ କିଡନୀ ରୋଗୀ ଙ୍କୁ ସପ୍ତାହ ରେ ଦୁଇ ରୁ ତିନି ଥର ଡାଇଲିସିସି ପାଇଁ ଝାରଖଣ୍ଡ ର ଜାମସେଦପୁର ତଥା ବାରିପଦା ଯିବାକୁ ପଡୁଥିଲା।ଯାହା ଦ୍ୱାରା ସମୟ ଅପଚୟ ସହିତ ଅଯଥା ଗାଡିଭଡା ରେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିଲା। ।ରାଇରଙ୍ଗପୁର ଅରବିନ୍ଦ ଶିକ୍ଷା କେନ୍ଦ୍ର ନିକଟରେ ଖୋଲିଥିବା ଏହି ସେଣ୍ଟର ଦ୍ୱାରା ଉପଖଣ୍ଡ ର ଅନେକ କିଡନୀ ରୋଗୀ ବିଶେଷ ଉପକୃତ ହେବା ସହିତ ଅଯଥା ଖର୍ଚ୍ଚରୁ ବଞ୍ଚିବା ସହିତ ସମୟ ମଧ୍ୟ ବଞ୍ଚିବ।ଭବାନୀ କିଡନୀ ଡାଇଲିସ ସେଣ୍ଟର ର ଖୋଲିବା ଦ୍ୱାରା ସ୍ଥାନୀୟ ରୋଗୀ ତଥା ତାଙ୍କ ପରିବାର ଲୋକେ ଉପକୃତ ହୋଇପାରିବା ନେଇ ଶ୍ରୀମତୀ ମୁର୍ମୁ ଖୁସି ବ୍ୟକ୍ତ କରିବା ସହିତ ସେଣ୍ଟର ମାଲିକ ଭବାନୀ ମହାନ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।