ରାଇରଙ୍ଗପୁର ରେ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି ବିକାଶ କେନ୍ଦ୍ର ଉଦଘାଟିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଚାଷୀ ହସିଲେ ଦେଶ ହସିବ ।କୃଷକ ତଥା ଅନ୍ଦଦାତା ହେଉଛନ୍ତି ଦେଶର ମେରୁଦଣ୍ଡ । କୃଷକଙ୍କ ଆର୍ଥିକ ଉନ୍ନତି ଓ ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଅର୍ଥ ଅନୁମୋଦନ କରୁଛନ୍ତି । କେନ୍ଦ୍ର ସାର ଓ ରସାୟନିକ ମନ୍ତ୍ରାଳୟ ତରଫରୁ ସାରା ଭାରତରେ କୃଷକର ଉନ୍ନତି ପାଇଁ ବହୁବିଧ ଯୋଜନା ନିଆଯାଇଛି ।ସାରା ଭାରତରେ ଏକ ଲକ୍ଷ ପଚିଶ ହଜାର(୧,୨୫,୦୦୦) ପ୍ରଧାନମନ୍ତ୍ରୀ କୃଷକ ସମୃଦ୍ଧି କେନ୍ଦ୍ର ଖୋଲାଯାଇଛି ।ଆଜି ରାଇରଙ୍ଗପୁର ସମବାୟ କେନ୍ଦ୍ର ( ଲାମ୍ପ) ରେ ଏହି କେନ୍ଦ୍ରର ଶୁଭ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝି ଯୋଗ ଦେଇଥିଲେ ।ସଭାପତିତ୍ବ ଭାବେ ଏଆରସିସି ରାମଚନ୍ଦ୍ର ବିଶ୍ବାଳ, କରମଣ୍ଡଳ ଇଣ୍ଟରନସନାଲର ସିନିୟର ଆଗ୍ରୋନୋମିଷ୍ଟ ଆଦିତ୍ୟ ପାତ୍ର,କରମଣ୍ଡଳ ଇଣ୍ଟର ନେସନାଲ ବିପଣନ ଅଧିକାରୀ ମନଜିତ ସାହୁ, ରାଇରଙ୍ଗପୁର ଲାମ୍ପ ମେନେଜିଂ ଡାଇରେକ୍ଟର ଲୋପାମୁଦ୍ରା ମହାନ୍ତ ପ୍ରମୁଖ ଯୋଗ ଦେଇ ପ୍ରଦିପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ ।ଅତିଥିଗଣ ଚାଷୀଙ୍କ ଆର୍ଥିକ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାଧାନ୍ଯ‌ ଦେଇଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ସାରା ଭାରତରେ ଏକ ଲକ୍ଷ ପଚିଶ ହଜାର ପ୍ରଧାନମନ୍ତ୍ରୀ କୃଷକ ସମୃଦ୍ଧି କେନ୍ଦ୍ର ଶୁଭ ଉଦ୍ଘାଟନ କରିଛନ୍ତି ।ଚାଷୀମାନେ କୃଷି ସମ୍ବନ୍ଧୀୟ ସମସ୍ତ ଜ୍ଞାନ,କୌଶଳ,ସାର ,ବିହନ ,ଉତ୍ପାଦନ ଓ ବିକ୍ରୟ ଉପରେ ସବିଶେଷ ତଥ୍ୟ ପାଇବେ ।ତଦସହ ୟୂରିଆ ଗୋଲ୍ଡ(ସଲଫର ଯୁକ୍ତ) ସାର ମଧ୍ୟ ଉଦଘାଟନ କରାଯାଇଥିଲା ।କାର୍ଯ୍ୟକ୍ରମରେ ବହୁ ଚାଷୀ ଯୋଗ ଦେଇଥିଲେ । ସାରା ଭାରତରେ ଚାଷୀମାନଙ୍କୁ ୧୭ ହଜାର କୋଟି ଟଙ୍କା ଚାଷୀ ସହାୟତା ରାଶି ପଂଜିକୃତ ଚାଷୀଙ୍କ ଖାତାକୁ ଆଜି ପଠାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ