ରାଇରଙ୍ଗପୁର ରେ ମା’ ବାସନ୍ତୀଙ୍କ ୩୩ ତମ ଦୁର୍ଗାପୂଜା
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସହରରେ ମେଡିକାଲ ଛକରେ ୩୩ତମ ମା’ବାସନ୍ତୀ ଦୁର୍ଗାପୂଜା ମହାସମାରୋହରେ କମିଟି ତରଫରୁ ପାଳନ କରାଯାଉଛି । ପ୍ରଥମ ଦିବସରେ ବେଲବରଣ ଦିତୀୟ ଦିବସରେ ଘଟ ସ୍ଥାପନା,,ନବ ପତ୍ରିକା ପୂଜା,ସପ୍ତମୀ ପୂଜା ଏବଂ ଆଜି ଅଷ୍ଟମୀ ପୂଜା ରୀତିନୀତି ଅନୁସାରେ ପୂଜକଙ୍କ ଦ୍ୱାରା କରାଯାଇଛି । ପବିତ୍ର ଅଶୋକାଷ୍ଟମୀରେ ମହିଳା ଶ୍ରଦ୍ଧାଳୁ ଭୋରୁ ଉଠି ଶୌଚ ସାରି ,ଉପବାସ ବ୍ରତ କରି , ନବ ବସ୍ତ୍ର ପରିଧାନ କରି ମା’ଙ୍କ ମଣ୍ଡପକୁ ପୂଜା ସାମଗ୍ରୀ ଓ ପୂଜାର୍ଚ୍ଚନା କରିଥିଲେ ପୂଜକ ଦେବ ନନା,ଗଙ୍ଗାନନା,ଆଦିତ୍ୟ ନନା ପ୍ରମୁଖ ରୀତିନୀତି ଅନୁସାରେ ପୂଜା କରିଥିଲେ ।କର୍ତା ଭାବେ ନିରଞ୍ଜନ ଦାସ ଏବଂ ତାଙ୍କ ସହଧର୍ମିଣୀ ପୂଜାରେ ବସିଥିଲେ ।କମିଟିର ସଦସ୍ୟମାନେ ପରିଚାଳନା ରେ ସହଯୋଗ କରିଥିଲେ। କମିଟି ତରଫରୁ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।ଦିର୍ଘ ୨ ବର୍ଷ ଧରି କରୋନା ମହାମାରୀ ପାଇଁ ଘରେରହି ମନଦୁଖରେ ପୂଜାର୍ଚ୍ଚନା କରିଥିଲେ ।ଆଜି ମା’ଙ୍କୁ ପାଖରେ ପାଇ ବହୁ ଖୁସି ଓ ଆନନ୍ଦିତ ହୋଇ ପୂଜାକରି ମା’ଙ୍କ ଆଶୀର୍ବାଦ ନେବା ସହ ପରିବାର ଓ ସମାଜର ମଙ୍ଗଳ କାମନା କରିଥିଲେ ।