ରାଇରଙ୍ଗପୁର ଶାଖା ଆନୁକୂଲ୍ୟରେ ରାଜଯୋଗ ଶିବିର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୃରଭଂଜ ଜିଲ୍ଲାର ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଦ୍ୟାଳୟ, ରାଇରଙ୍ଗପୁର ଶାଖା ତରଫରୁ ସ୍ଥାନୀୟ ପଞ୍ଚାୟତ ମନ୍ଦିର ପରିସରରେ ୨୩/୨୪ ଦୁଇଦିନ ଧରି ରାଜଯୋଗ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ,ମାଉଣ୍ଟ ଆବୁର ବି କେ ରାମନାଥଜୀ, ରାଉରକେଲା ସେଣ୍ଟର୍ ବି କେ ବିମଳା,ବି କେ ଅରୁଣ,କଟକର ବି କେ ନାଥମଲ,ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ , ରାଇରଙ୍ଗପୁର ଶାଖାର ବି କେ ସୁପ୍ରିୟା ଜୀ ପ୍ରମୁଖ ଯୋଗଦେଇଥିଲେ ।ବ୍ରହ୍ମକୁମାରୀର ସଦସ୍ୟମାନଙ୍କୁ ରାଜଯୋଗ ପ୍ରଶିକ୍ଷଣ କରାଇଥିଲେ । ୨୫ ତାରିଖ ଦିନ ପୂର୍ବାହ୍ନରେ ହାଟବାଦଡାର ଉପସେବା କେନ୍ଦ୍ର ତରଫରୁ ସାତପଉଟିଆଠାରେ କାର୍ଯ୍ୟାଳୟର ଭୂମି ଶିଳାନ୍ୟାସ ଅତିଥିଗଣଙ୍କ ଦ୍ବାରା ଶୁଭିରମ୍ଭ ହୋଇଥିଲା । ଏଥିରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ସମେତ ସମସ୍ତ ଅତିଥି ଗଣ ଯୋଗ ଦେଇଥିଲେ । ।୨୫ ତାରିଖ ସଂଧ୍ୟାରେ ପଞ୍ଚାୟତ ମନ୍ଦିର ପରିସରରେ ‘ନୈତିକ ଜୀବନରେ ଶାନ୍ତି’କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବି କେ ରାମନାଥଜୀ,ବି କେ ନାଥମଲ,ବି କେ ବିମଳା, ଶ୍ରୀମତୀ ଦ୍ରୌପଦୀ ମୁର୍ମୁ,ବି କେ ଅରୁଣ ,ବି କେ ସୁପ୍ରିୟା ପ୍ରମୁଖ ଯୋଗ ଦେଇ ନୈତିକ ଜୀବନରେ ଶାନ୍ତିକୁ ନେଇ ବହୁ ବାସ୍ତବବାଦୀ ବିଜ୍ଞାନ ସମ୍ମତ ତଥ୍ୟ ଉପସ୍ଥାପନ କରିଥିଲେ ।କର୍ମ ହିଁ ସାର ।ମଣିଷର ଆଚାର, ବିଚାର, ଆଚରଣ, ଉଚ୍ଚାରଣ, ସତ କର୍ମ ହିଁ ମଣିଷକୁ ଆଗକୁ ଭଲ ମଣିଷ ଗଢିବାରେ ସାହାଯ୍ୟ କରିଥାଏ ।ଆଧ୍ଯାତ୍ମବାଦୀ ମଣିଷର ସଠିକ୍ ରାସ୍ତାରେ ଯାଇଥାଏ । ଅନ୍ୟମାନେ ପ୍ରାଚୁର୍ଯ୍ଯ ମଧ୍ୟରେ ଅଶାନ୍ତ ଜୀବନ ବିତାଇଥାନ୍ତି ।ସମସ୍ତଙ୍କ ଜୀବନରେ ଯୋଗର ଆବଶ୍ୟକତା ରହିଛି ।ଯୋଗ ହିଁ ଆତ୍ମାକୁ ପରମାତ୍ମା ସହିତ ଯୋଡିବା ରେ ସାହାଯ୍ୟ କରିଥାଏ । ପ୍ରତ୍ୟେକ ମଣିଷ ସକାଳେ ଓ ସଂନ୍ଧ୍ୟାରେ ଦିନକୁ ୫ ମିନିଟ ନିଜ ବିଷୟରେ ଚିନ୍ତା କରିବା ଉଚିତ୍ ।ସେ କିଏ,? କାହିଁକି ପୃଥିବୀକୁ ଆସିଛି ?କ’ଣ କଲେ ସେ ଭଗବାନଙ୍କ ସହ ଯୋଡ଼ି ହୋଇପାରିବ ବୋଲି ଅତିଥି ଗଣ ଉପସ୍ଥିତ ୪୦୦ରୁ ଉର୍ଦ୍ଧ୍ବ ସତସଙ୍ଗୀଙ୍କୁ ବୁଝାଇଥିଲେ ।ପରେ କମିଟି ତରଫରୁ ସମସ୍ତଙ୍କୁ ଠାକୁରଙ୍କ ପ୍ରସାଦ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବି କେ ମିନତି,ବି କେ ଦିଗାମ୍ବର,ବି କେ ଅଜିତ,ବି କେ ରବି,ବି କେ ସଲମା, ବି କେ ଗୋବିନ୍ଦ ବି କେ ମଧୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ