ରାଇରଙ୍ଗପୁର ସତସଙ୍ଗ ବିହାର ଆନୁକୁଲ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ତମ ଜନ୍ମ ମହା ମହୋତ୍ସବ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶୁଭ ୧୩୫ତମ ଆବିର୍ଭାବ ମହୋତ୍ସବ ରାଇରଙ୍ଗପୁର ସତସଙ୍ଗ ବିହାର ଆନୁକୁଲ୍ୟରେ ଦିବସ ବ୍ୟାପି ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ମଧ୍ୟ ଦେଇ ପାଳିତ ହୋଇ ଯାଇଛି। ଅତି ପ୍ରତ୍ୟୁଷରୁ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ୦୫.୩୧ମି. ସମୟରେ ପ୍ରାତଃ ବିନତି ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।ତତ୍ ପରେ ସକାଳ ୦୭.୦୫ମି. ସମୟରେ ଶ୍ରୀ ଶ୍ରୀ ଠାକୁରଙ୍କର ଶୁଭ ଜନ୍ମ ଲଗ୍ନ ଘୋଷଣା ଶଙ୍ଖ ଧ୍ଵନି, ହୁଳ ହୁଳୀ,ସତସଙ୍ଗ ଆହ୍ଵାନି ଧ୍ଵନି ଦ୍ଵାରା ସମାପନ ହୋଇଥିଲା। ଏଥି ସହିତ ସଦ ଗ୍ରନ୍ଥ ପାଠ,ଭଜନ ସଙ୍ଗୀତାଞ୍ଜଳି ମଧ୍ୟ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମାତୃ ମଣ୍ଡଳୀଙ୍କ ଦ୍ଵାରା ଆୟୋଜିତ ଓ ଶ୍ରୀମତୀ ସୁଚିଶ୍ମିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିନତି ପ୍ରାର୍ଥନା,ପୁଣ୍ୟ ଗ୍ରନ୍ଥ ପାଠ ଓ ମା ମାନଙ୍କ ଦ୍ଵାରା ଭଜନ,କୀର୍ତ୍ତନ ପରିବେଷଣ ହୋଇଥିଲା।କୁମାରୀ ସୁଭସ୍ମିତା ପଟ୍ଟନାୟକ, ଶ୍ରୀମତୀ ଅଞ୍ଜନା ଦାସ,ଶ୍ରୀମତୀ ସ୍ବିଟି ଦାସ ସଙ୍ଗୀତ ପରିବେଷଣ କରିଥିଲେ ଆଲୋଚନା ପର୍ଯ୍ୟାୟରେ ଶ୍ରୀମତୀ ରିତାଞ୍ଜଳି ବିଶ୍ଵାଳ ଓ ଶ୍ରୀମତୀ ତପସ୍ଵିନୀ ମହାକୁଡ଼ ତାଙ୍କ ବକ୍ତବ୍ୟରେ ସମାଜର ମଙ୍ଗଳ ପାଇଁ ମାତୃ ଜାତିର ଅବଦାନ ବିଷୟରେ ଜଗତ ଜନନୀ ଶ୍ରୀ ଶ୍ରୀ ବଡ଼ମା ଜୀବନୀକୁ କେନ୍ଦ୍ର କରି ସଦ୍ ଆଲୋଚନା ରଖିଥିଲେ। ଦିବା ୧୧.୩୦ମି. ସମୟରେ ନିର୍ଦ୍ଧାରତ କାର୍ଯ୍ୟସୂଚୀ ଅନୁଯାୟୀ ସ୍ଥାନୀୟ ସତସଙ୍ଗ ବିହାରରେ ଡ଼. ବିଚିତ୍ରାନନ୍ଦ ପଟ୍ଟନାୟକ(ସ.ପ୍ର.ଋ) ଙ୍କ ଅଧ୍ୟକ୍ଷତାରେ ସତସଙ୍ଗ ସାଧାରଣ ସଭା ଅନୁଷ୍ଠାନ ପୂର୍ବକ ବିନତୀ ପ୍ରାର୍ଥନା, ସଦ ଗ୍ରନ୍ଥ ପାଠ, ଭଜନ କୀର୍ତ୍ତନ ପରିବେଷଣ କରାଯାଇଥିଲା। ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀଯୁକ୍ତ ବିଜୟ କୁମାର୍ ଦାସ(ଯାଜକ) ପବିତ୍ର ସତ୍ୟାନୁସରଣ ଗ୍ରନ୍ଥ ପାଠ କରିଥିଲେ। ତତ୍ ପରେ ଭଜନ ପରିବେଷଣରେ କୁମାରୀ ରୁଚିଦା ଦାସ ଓ ଶ୍ରୀମତି ପ୍ରୀତିଲତା ପଟ୍ଟନାୟକ ଅଂଶ ଗ୍ରହଣ କରିଥିଲେ। ଶ୍ରୀଯୁକ୍ତ କାର୍ତ୍ତିକ ମହାନ୍ତ (ଯାଜକ) କୋରସ ପରିବେଷଣ କରିଥିଲେ ଏବଂ ଇଂ.ଦେବାଶିଷ ମହାପାତ୍ର (ଯାଜକ) ଉଚ୍ଚ କୋଟୀର କୀର୍ତ୍ତନ ପରିବେଷଣ କରିଥିଲେ। ତତ୍ପରେ ଯାଜନ ପର୍ଯ୍ୟାୟରେ ଶ୍ରୀଯୁକ୍ତ ପରେଶ୍ ଚନ୍ଦ୍ର ଗିରି (ଯାଜକ) ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ତାପରେ ଜାମଦାରୁ ଆଗତ ଶ୍ରୀଯୁକ୍ତ ସୁରେନ୍ଦ୍ର ନାୟକ( ଯାଜକ)ଇଷ୍ଟ ନିର୍ଦ୍ଦେଶ ପାଳନ ବ୍ୟକ୍ତି ଜୀବନ ପାଇଁ ଉନ୍ନତିର ପଥ ସଂକ୍ରାନ୍ତରେ ଆଲୋକପାତ କରିଥିଲେ।ତତ୍ପରେ ସୁଦୂର ସମ୍ବଲପୁରରୁ ଆଗତ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଜୟନ୍ତ କୁମାର ଦାସ(ସ.ପ୍ର.ଋ )ଯୋଗ ଦେଇ ଶ୍ରୀ ଶ୍ରୀ ଠାକୁରଙ୍କ ଉପଦେଶ ପ୍ରତିପାଳନ କରି ମନୁଷ୍ୟ କିପରି ପିତୃ ମାତୃ ଭକ୍ତ ହେବା ସହିତ ସତସଙ୍ଗର ମଣିଷ ତିଆରି କାରଖାନାରେ ନିଜକୁ ପରିମାର୍ଜିତ କରି ସମାଜର ଉପାଦେୟ ମଣିଷ ଭାବରେ ନିଜକୁ ପରିଗଣିତ କରିବା ସମ୍ଭବପର ସେ ବିଷୟରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ଉତ୍ସବରେ ସମସ୍ତ ଗୁରୁଭାଇ,ମା ଓ ସାଧୁସଜ୍ଜନ ମଣ୍ଡଳୀଙ୍କର ଉପସ୍ଥିତି ଓ ସହଯୋଗ ପାଇଁ ଏବଂ ପାରିପାର୍ଶ୍ବିକ ସମସ୍ତଙ୍କର ପାରିବାରିକ,ସମାଜ ଓ ରାଷ୍ଟ୍ର ଜୀବନର ଶାନ୍ତି,ସ୍ବସ୍ତି ଓ ଆରୋଗ୍ୟ କାମନା ପୂର୍ବକ ସତସଙ୍ଗ ବିହାର ପକ୍ଷରୁ ଅଧ୍ୟକ୍ଷତା କରୁଥିବା ଡ଼.ବିଚିତ୍ରାନନ୍ଦ ପଟ୍ଟନାୟକ (ସ. ପ୍ର.ଋ)ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଉତ୍ସବରେ ଆଖପାଖ ଅଞ୍ଚଳରୁ ୩୦୦ ରୁ ଉର୍ଦ୍ଧ୍ବ ଭକ୍ତମଣ୍ଡଳୀ ଯୋଗ ଦେଇ ସତସଙ୍ଗ ଓ ଭଣ୍ଡାର ଭୋଗରେ ପ୍ରସାଦ ଗ୍ରହଣ କରି ଆନନ୍ଦ ଲାଭ କରିଥିଲେ। ଏବଂ ତାପରେ ଶ୍ରୀ ଶ୍ରୀ ଠାକୁରଙ୍କର ସତ୍ ମନ୍ତ୍ର ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁଣ୍ୟ ଉତ୍ସବକୁ ସର୍ବାଙ୍ଗ ସୁନ୍ଦର ଭାବରେ ଆୟୋଜନ କରିବା ଏବଂ ସାଫଲ୍ୟ ମଣ୍ଡିତ କରିବାରେ ଶ୍ରୀଯୁକ୍ତ ଗଗନଧ୍ଵଜ ମହାନ୍ତ (ଯାଜକ),ଶ୍ରୀଯୁକ୍ତ. କମଳାକାନ୍ତ ମହାନ୍ତ( ଯାଜକ),ଡ଼. ପ୍ରଣବେଶ ପଟ୍ଟନାୟକ(ଯାଜକ), ଶ୍ରୀଯୁକ୍ତ.ରାମଚନ୍ଦ୍ର ବିଶ୍ବାଳ,ଶ୍ରୀଯୁକ୍ତ ଆଲ୍ହାଦ ଦାସ, ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ଗୋପାଳ, ଶ୍ରୀଯୁକ୍ତ ଗୋକୁଳ ପାଣି, ଶ୍ରୀଯୁକ୍ତ ପ୍ୟାରିକୃଷ୍ଣ ସାହୁ,ଶ୍ରୀଯୁକ୍ତ ଗୁରୁ ଚରଣ ମହାକୁଡ଼, ଶ୍ରୀଯୁକ୍ତ ସୁରେଶ ମୁଣ୍ଡା, ଶ୍ରୀଯୁକ୍ତ ସର୍ବେଶ୍ଵର ମହାନ୍ତ,ଶ୍ରୀ ପ୍ରକାଶ ମହାନ୍ତ,ଶ୍ରୀ ପ୍ରଦୀପ ମହାନ୍ତ ଓ ଅନ୍ୟାନ୍ୟ ଗୁରୁ ଭ୍ରାତା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ