ରାଇରଙ୍ଗପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ବିଜ୍ଞାନମେଳା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହା ମେଳାରେ ହାଟବାଦଡା,ଉପରଵେଡା, ଜୟପୁର,ଗୋରୁମହିଷାଣୀ,ଵାସିଙ୍ଗୀ,ଜାମଦା,ଵିଜାତଳା,ଝରାଡିହି,ତିରିଂ, ରାଇରଙ୍ଗପୁର ଶିଶୁ ମନ୍ଦିରରେ ୨୫୦ ଜଣ କୁନି ଓ କିଶୋର ବୈଜ୍ଞାନିକ ମାନେ ଅଂଶ ଗ୍ରହଣ କରି ୮୦ ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ ।ଏହା ସହିତ ବିଜ୍ଞାନ,ଗଣିତ, ଓ ସଂସ୍କୃତି ଜ୍ଞାନ, ପ୍ରଶ୍ନମଂଚ, ପ୍ରବଚନ,ପ୍ରୟୋଗ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବିଚାରକ ଭାବୃ ବିଭିନ୍ନ ବିଦ୍ୟାଳୟର ୧୨ ଜଣ ଆଚାର୍ଯ୍ୟ ମୂଲ୍ୟାଙ୍କନ କରିଥିଲେ ।ଏହି ଉଦଘାଟନ ଉତ୍ସବରେ ରାଇରଙ୍ଗପୁର ଏବିଇଓ ଶ୍ରୀ କାର୍ତ୍ତିକ ଚନ୍ଦ୍ର କାରୁଆ, ଓ ଉଦଯାପନ ଉତ୍ସବରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟୟ ପ୍ରଧାନ ଶିକ୍ଷୟତ୍ରୀ ଋଷିପ୍ରଭା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ସମୟରେ ବିଜ୍ଞାନର ପ୍ରୟୋଗ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଚିତ୍ତ ରଂଜନ ମହାନ୍ତ, ଅତିଥି ପରିଚୟ କରିଥିବାବେଳେ କୋଷାଧ୍ୟକ୍ଷ ସୁରେନ୍ଦ୍ର ରାଜ, ଉପସଭାପତି ବନ ବିହାରୀ ଦଳେଇ,କୁଳ ପ୍ରମୁଖ ବାବୁଲାଲ ଦାସ, ଉପସ୍ଥିତ ରହି ଶିଶୁ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ଗଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ବିଭିନ୍ନ ବିଦ୍ୟାଳୟର ୨୦ ଜଣ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ