ରାଇରଙ୍ଗପୁର ସହରରେ ଉତ୍କଟ ଜଳ ସମସ୍ୟା; ଠାକୁରାଣୀ ଗ୍ରାମବାସୀଙ୍କ ରାସ୍ତାରୋକ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ପ୍ରବଳ ଗ୍ରୀଷ୍ମ । ତାପମାତ୍ରା ୪୦ଂ ଉପରେ ନାଳ, ପୋଖରୀ ଶୁଖିଗଲାଣି ।ଟୋପାଏ ପାଣି ପାଇଁ ଜୀବଜନ୍ତୁ ,ମଣିଷ ଅସ୍ତବ୍ୟସ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲାର ଦିତୀୟ ବୃହତ୍ତମ ସହର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀ ବେଢ଼ା ଗ୍ରାମର ।ଏହି ଗ୍ରାମରେ ଶତକଡା ୮୦ ଭାଗ ଲଘୁ ସଂଖ୍ୟା ଲଘୁ ମୁସଲମାନ ଭାଇଭଉଣୀ ମାନେ ବାସ କରନ୍ତି ।ଏବେ ଚାଲିଛି ପବିତ୍ର ରାମଜାନ ମାସ ।ବହୁ ସଂଖ୍ୟାରେ ସଂଖ୍ୟା ଲଘୁ ସଂପ୍ରଦାୟର ଲୋକେ ଧାର୍ମିକ ମନୋଭାବ ନେଇ ଦିନରେ ନିର୍ଜଳ ଉପବାସ ବ୍ରତ ପାଳନ କରି ଥାଆନ୍ତି ।ଏହି ଗାଁ ରେ ଦୁଇମାସ ହେଲା ଲୋକେ ରାଇରଙ୍ଗପୁର ପିଏଚଡ଼ି ବିଭାଗ ତରଫରୁ ଠିକ୍ ସମୟରେ ପାଣି ପାଉ ନାହାଁନ୍ତି ।ଦିନରେ ଥରୁଟିଏ ସକାଳ ଓଳି ଅଳ୍ପ ସମୟ ପାଇଁ ପାଣି ପାଆନ୍ତି । ପୂର୍ବରୁ ଦୁଇ ଥର ସକାଳ ଓଳି ଏବଂ ଉପରଓଳି ପାଣି ଦିଆ ଯାଉଥିଲା ।ଏହା ଏବେ କାଟଛାଟ ହେଉଛି ।ସାହିର ପାଣି ପାଇଁ ବହୁ ଥର ପିଏଚଡ଼ି ବିଭାଗକୁ ଲିଖିତ ଦାବି ପ୍ରଦାନ କରିଥିଲେ ମଧ୍ୟ ଜନ‌ସ୍ୱା‌ସ୍ଥ୍ୟ ବିଭାଗ ତରଫରୁ କର୍ଣ୍ଣପାତ କରା ଯାଉନଥିଲା । ଗାଁର ଗାଡିଆ, ପୋଖରୀ ଶୁଖି ଗଲାଣି । ତେଣୁ ଗ୍ରାମବାସୀ ପିଇବା ପାଣି, ଶୌଚ ପାଇଁ ପାଣି ନ ପାଇ ଡହଳ ବିକଳ ହେଉଛନ୍ତି ।ଶେଷରେ ପ୍ରଶାସନ ଉପରେ ଅତିଷ୍ଠ ହୋଇ ଆଜି ଦିନ ୧୧ଟା ବେଳେ ଅଂଳାଡୁବା ରେଳ ଫାଟକ ପାଖରେ ଗ୍ରାମର ବହୁ ସଂଖ୍ୟାରେ ପୁରୁଷ ,ମହିଳା ଗରା ଓ ବାଲ୍ଟି ଧରି ରାସ୍ତା ଅବରୋଧ କରିଥିଲେ ।ଦିର୍ଘ ସମୟପରେ ଜନ‌ସ୍ୱା‌ସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ବାଦଲ ରଂଜନ ପରିଡ଼ା, ରାଇରଙ୍ଗପୁର ତହସିଲଦାର ଯୋଗ ରଂଜନ ନାୟକ ଏବଂ ରାଇରଙ୍ଗପୁର ଟାଉନଥାନା ଅଧିକାରୀଣୀ ରେଣୁବାଳା ସାହୁ ଘଟଣାସ୍ଥଳରେ ପହଂଚି ଲୋକମାନଙ୍କୁ ବୁଝାବୁଝି କରିଥିଲେ । ଗ୍ରାମବାସୀ ଜନ‌ସ୍ୱା‌ସ୍ଥ୍ୟ ବିଭାଗର ପକ୍ଷପାତିତା ନେଇ ଅଭିଯୋଗ କରିଥିଲେ । ଜନ୍ ‌ସ୍ୱା‌ସ୍ଥ୍ୟ ବିଭାଗ ତରଫରୁ ସବୁ ଓ୍ବାର୍ଡକୁ ଦେଢଘଣ୍ଟା ଧରି ଦୁଇ ଓଳି ପାଣି ଯୋଗାଣ କରା ଯାଉଥିବା ସମୟରେ ଠାକୁରାଣୀବେଡା ଗ୍ରାମକୁ ଏକ ଓଳି ଏବଂ ଅଳ୍ପ ସମୟ ପାଣି ବ୍ୟବସ୍ଥା କରାଯାଉଥିବା ନେଇ ଗୁରୁତର ଅଭିଯୋଗ କରିଥିଲେ ।ଏହି ଗାଁରେ‌୧୦୦ରୁ ଉର୍ଦ୍ଧ୍ବ ପରିବାର ଏହି ପବିତ୍ର ରାମଜାନ ମାସରେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ।ପାଣି ପାଇଁ ଯଦି କିଛି ଅଘଟଣ ଘଟେ ତାହାହେଲେ ପ୍ରଶାସନ ଦାୟୀ ରହିବେ ବୋଲି ଗଣମାଧ୍ୟମକୁ ମହିଳା ମାନେ ଅତି ଦୁଃଖର ସହ କହିଥିଲେ । ଜନ‌ସ୍ୱା‌ସ୍ଥ୍ୟ ବିଭାଗ ତରଫରୁ ବର୍ତ୍ତମାନ ଟେଙ୍କର ଯୋଗେ ପାଣି ଯୋଗାଇ ଦିଆଯିବା ସହ ଦୁଇ ଓଳି କିଭଳି ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯିବା ନେଇ ବ୍ୟବସ୍ଥା କରାଯିବ କହି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ରାସ୍ତାରୁ ଓହରି ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ