ରାଇରଙ୍ଗପୁର ସାଈ ବିହାର ପରିସରରେ ଭଗବାନ ସତ୍ୟସାଇ ବାବାଙ୍କ ୯୫ ତମ ଜୟନ୍ତୀ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରର ସାଈବିହାର ପରିସରରେ ସାଇ ସେବା ସମିତି ଆନୁକୁଲ୍ୟରେ ଭଗବାନ ସତ୍ୟସାଇ ବାବାଙ୍କ ୯୫ ତମ ଜୟନ୍ତୀ କୋଭିଡ କଟାକଣା ନିୟମ ପାଇଁ ନିରାଡମ୍ବର ସହ ଅଳ୍ପ କେତେଜଣ ଶ୍ରଦ୍ଧାଳୁଙ୍କ ଦ୍ବାରା ପାଳିତ ହୋଇଯାଇଛି ।ସକାଳେ ଶ୍ରଦ୍ଧାଳୁଙ୍କ ଦ୍ବାରା ସୁପ୍ରଭାତଂ,ସଂକିର୍ତ୍ତନ, ପୂଜାର୍ଚ୍ଚନା, ଷୋଡ଼ଶ ପୂଜା,ଭଜନ,ଆରତୀ ଏବଂ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ସଂଧ୍ୟାରେ ଆରତୀ,ଭଜନ ଏବଂ ବାବାଙ୍କ ଜନ୍ମ ଦିନରେ ନନ୍ ଉପଲକ୍ଷେ କେକ୍ କଟା ଯାଇ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରଭାକର ମହାନ୍ତି,ବିପିନ କାନୁନଗୋ,ଧରଣୀ ମିଶ୍ର,ସଂଜୀବ ଲେଙ୍କା, ରବିନ୍ଦ୍ର ଜେନା, ଅଶୋକ ପ୍ରଜାପତି, କାହ୍ନୁ ମହାନ୍ତି,ଦେବ ମହାନ୍ତି, ପ୍ରଭାସିନୀ ଦାସ,ପ୍ରତିମା ଜେନା, ଇତିଶ୍ରୀ ମହାନ୍ତି ଏବଂ ଅନ୍ୟାନ୍ୟ ଶ୍ରଦ୍ଧାଳୁ ଓ ଉପସ୍ଥିତ ରହି ପୂଜନ କାର୍ଯ୍ୟ ସମ୍ପନ୍ନ କରିଥିଲେ ।