ରାଇରଙ୍ଗପୁର ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ):ବାମନଘାଟିର ସର୍ବପୁରାତନ ତଥା ମୟୁରଭଞ୍ଜର ଦ୍ବିତୀୟ ବୃହତ୍ତମ ଉଚ୍ଚବିଦ୍ଯାଳୟ ରାଇରଙ୍ଗପୁର ହାଇସ୍କୁଲରେ ୨୬ତମ ପ୍ରଧାନ ଶିକ୍ଷକ ରୂପେ କପିଳେନ୍ଦ୍ର ଦାସ ଯୋଗଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ଦାସ ୧୯୯୬ ମସିହାରେ କୋରାପୁଟ ଜିଲ୍ଲାସ୍ଥିତ ବୋରିଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷକକତା ଆରମ୍ଭ କରି ପରବର୍ତ୍ତୀ ସମୟରେ ଗୋରୁମହିଷାଣୀ ସି.ଟି.ସ୍କୁଲ ଓ ଲୁହାଶିଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟନିର୍ବାହ କରିଥିଲେ , ବର୍ତ୍ତମାନ ଓଡିଶା ଶିକ୍ଷା ସେବା ପଦବୀକୁ ପଦୋନ୍ନତି ପାଇ ଏଠାରେ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଛନ୍ତି । ଏଠାରେ ପ୍ରକାଶ ଥାଉକି ୨୦୦୫ମସିହାରୁ୨୦୨୦ମସିହା ପର୍ଯ୍ୟନ୍ତ ୧୫ବର୍ଷରେ ୬ଜଣ ପ୍ରଧାନ ଶିକ୍ଷକ ଭିନ୍ନ ଭିନ୍ନ ସମୟରେ ୭ ବର୍ଷ ୬ମାସ ଧରି ରହିଥିବା ସ୍ଥଳେ ଅନ୍ଯ ୭ବର୍ଷ ୬ ମାସ ଖାଲି ରହିଥିଲା ।ସରକାର ଉକ୍ତ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିଯୁକ୍ତ କରିଥିବାରୁ ଛାତ୍ର ,ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକ ଓ ଅଭିଭାଭିକାମାନେ ଆନନ୍ଦ ପ୍ରକାଶ କରିଛନ୍ତି ।ଏହି ଉପଲକ୍ଷେ କୋଭିଡ ନିୟମ ଅନୁସାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ମହାନ୍ତଙ୍କ ନେତୃତ୍ୱରେ,ଵିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।ପାରସ୍ପରିକ ପରିଚୟ ପ୍ରଦାନ ପରେ ନୂତନ ପ୍ରଧାନଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା।ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଗୌରୀଶଙ୍କର ମହାନ୍ତ,ହେମନ୍ତ ମହାନ୍ତ,ଦିଲ୍ଲୀପ ମହାପାତ୍ର,ବିଜନ ମହାନ୍ତ,ଯଶୋବନ୍ତ ମହାନ୍ତ,ଉଦୟଭାନୁ ପ୍ରଧାନ,ଅତିଥି ଶିକ୍ଷକ ଦିଲ୍ଲୀପ ମହାନ୍ତି,ସି.ଆର. ସି.ସି ସୁଶାନ୍ତ ପରୀକ୍ଷା,ଶିକ୍ଷୟୀତ୍ରି ଦମୟନ୍ତି ମହାନ୍ତି,ଦେବଜାନୀ ସାହୁ ,ମଧୁସ୍ମିତା ବାରିକ,ସ୍ୱବଗତିକ ମହାପାତ୍ର,ସୁଖଜିତ ଗିରି,ପର୍ଶୁରାମ ତୁଙ୍ଗ,ଚକାନୟନ ମାଳି,ସୌମ୍ୟରଂଜନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ