ରାଇରଙ୍ଗପୁର ହାଇସ୍କୁଲରେ ‘ମୋ ସ୍କୁଲ ଅଭିଯାନ’ ସମ୍ପର୍କିତ ବୈଠକ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ରାଇରଙ୍ଗପୁର ହାଇସ୍କୁଲ ପ୍ଲାଟିନମ୍ ଜୁବୁଲି ସଭାଗୃହରେ ରାଇରଙ୍ଗପୁର ହାଇସ୍କୁଲ ପରିଚାଳନା କମିଟି ଓ ରାଇରଙ୍ଗପୁର ହାଇସ୍କୁଲ ପୁରାତନ ଛାତ୍ର ସଂଘର ମିଳିତ ଆନୁକୂଲ୍ୟରେ ‘ମୋ ସ୍କୁଲ ଅଭିଯାନ’ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କପିଳେନ୍ଦ୍ର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ରାଇରଙ୍ଗପୁର ନବ ଚରଣ ମାଝୀ,ସମ୍ମାନୀତ ଅତିଥି ଭାବେ ପୁରାତନ ଛାତ୍ର ସଂଘର ସଭାପତି ଡଃ ସ୍ବୟଂମ୍ବର ସିଂହ,ସମ୍ପାଦକ ରବୀନ୍ଦ୍ର କୁମାର ପଟ୍ଟନାୟକ, ସଂଗଠନ ସଂପାଦକ ଦିଲ୍ଲୀପ କୁମାର ମହାନ୍ତ, ଉପ ସଭାପତି ରାମକୃଷ୍ଣ ମହାନ୍ତି,କୋଷାଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ ।ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଦାସ ଓଡ଼ିଶା ସରକାରଙ୍କ ‘ ମୋ ସ୍କୁଲଅଭିଯାନ” ର ମୁଖ୍ୟ ଉଦ୍ଦେଶ୍ୟ ସମ୍ଵନ୍ଧରେ ସୂଚନା ପ୍ରଦାନ କରି ଏହି ଅଭିନବ ଅଭିଯାନରେସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ଯୋଗଦାନ ପାଇଁ ନିବେଦନ ରଖିଥିଲେ ।ବିଧାୟକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀଯୁକ୍ତ ମାଝୀ ଏବଂ ମଞ୍ଚାସୀନ ଅତିଥି ଏବଂ ଅନ୍ୟ ମାନେ ବିଦ୍ୟାଳୟ ପ୍ରତି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ପ୍ରତିଶୃତି ଦେଇଥିଲେ ।ଦ୍ବିତୀୟ ପର୍ଯ୍ୟାୟରେ ରାଇରଙ୍ଗପୁର ହାଇସ୍କୁଲ ଓଡିଶା ସରକାର ଙ୍କ ୫-ଟି ସ୍କୁଲ ପରିସର ଭୁକ୍ତ ହୋଇଥିବାରୁ ସଭାରେ ଉପସ୍ଥିତ ସମସ୍ତେ ଆନନ୍ଦ ପ୍ରକାଶ କରିବା ସହ ଏହା ବିଦ୍ୟାଳୟର ଆଧୁନିକୀକରଣ ଏବଂ ମୌଳିକ ସମସ୍ୟା ଗୁଡିକର ସମାଧାନରେ ସହାୟତା ପ୍ରଦାନ କରିବ ବୋଲି ମତ ପ୍ରକାଶ କରିଥିଲେ ।ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ପୁରାତନ ଛାତ୍ର ସଂଘ ପକ୍ଷରୁ କାଳିପ୍ରସନ୍ନ ମହାନ୍ତି, ସୂର୍ଯ୍ୟକାନ୍ତ ଘଣା, କିଶୋର କୁମାର ରଜକ,ଲଳିତ କୁମାର ପାତ୍ର, ଦିନେଶ ବେହେରା ପ୍ରମୁଖ ଏବଂ ଶିକ୍ଷକ ରଞ୍ଜନ କୁମାର ମହାନ୍ତ, ଗୌରୀଶଙ୍କର ମହାନ୍ତ, ହେମନ୍ତ ମହାନ୍ତ,ଦିଲ୍ଲୀପ ମହାପାତ୍ର,ଚକ୍ରଧର ମଲ୍ଲିକ,ଯଶୋବନ୍ତ ମହାନ୍ତ, ବିଜନ ମହାନ୍ତ, ରବିନ୍ଦ୍ର ତିୟୁ, ଉମାକାନ୍ତ ବେହେରା,ଶିକ୍ଷୟିତ୍ରୀ ଦମୟନ୍ତି ମହାନ୍ତି, ଅପର୍ଣ୍ଣା ମାଇତି, ଦେବଯାନୀ ସାହୁ,ସ୍ବାଗତିକା ମହାପାତ୍ର ଏବଂ ବିଦ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ