ରାଇରଙ୍ଗପୁର ହାଇସ୍କୁଲରେ ରାଜ୍ୟସ୍ତରୀୟ ପରିବେଶ ଓ ଖଣି ସଚେତନତା କାର୍ଯ୍ୟକ୍ରମ-୨୦୨୦-୨୧ ଆୟୋଜିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଥାନୀୟ ରାଇରଙ୍ଗପୁର ହାଇସ୍କୁଲ ସେମିନାର୍ ଗୃହରେ ସୋସାଇଟି ଅଫ୍ ଜିଓ ସାଇଣ୍ଟିଷ୍ଟ ଏଣ୍ଡ୍ ଏଲାଏଡ ଟେକ୍ନୋଲୋଜୀଷ୍ଟ , ଭୂବନେଶ୍ବର ତରଫରୁ ଭର୍ଚୁଆଲ ମୋଡ୍ ରେ ରାଜ୍ୟସ୍ତରୀୟ ପରିବେଶ ଓ ଖଣି ସଚେତନତା କାର୍ଯ୍ୟକ୍ରମ-୨୦୨୦-୨୧ ଆୟୋଜିତ ହୋଇଯାଇଅଛି ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ମହାନ୍ତଙ୍କ ସଭାପତିତ୍ବରେ ଏବଂ ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରିବେଶବିତ୍ ପ୍ରଦୀପ୍ତ କବି,ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଦିଲ୍ଲୀପ କୁମାର ମହାନ୍ତି,ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅନଶନ ମହାନ୍ତ ଏବଂ ସହକାରୀ ଖଣି ଅଧିକାରୀ ମୂରଲୀ ଧର ନାଏକ ଓ ଗୋରୁମହିଷାଣୀ ମାଇନ୍ସ ମ୍ଯାନେଜର ବିକାଶ ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇ କୁଇଜ୍ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଖଣି ସଚେତନତା ବିଷୟରେ ଆଲୋକପାତ କରିଥିଲେ ।ଭର୍ଚୁଆଲ ମୋଡ ରେ ସମଗ୍ର ରାଜ୍ୟର ୧୨ଟି ବିଦ୍ୟାଳୟ ମଧ୍ଯରେ ରାଇରଙ୍ଗପୁର ହାଇସ୍କୁଲ ର ସୁଧାଂଶୁ ଶେଖର ମହାନ୍ତ ଓ ଗୌରବ ବେହେରା କୁଇଜ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ବିଦ୍ୟାଳୟର ଆଇ.ଟି ଶିକ୍ଷକ ଧୀରେନ୍ ମହାନ୍ତ ସମ୍ବଳ ଶିକ୍ଷକ ଭାବରେ ସହାୟତା ପ୍ରଦାନ କରିଥିଲେ ।ଗୋରୁମହିଷାଣୀ ଓ ବାଦାମପାହାଡ ଖଣି କମ୍ପାନୀ ସହାୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ କବି ଦୁଇ ଛାତ୍ରଙ୍କୁ ପୁରସ୍କୃତ କରିଥିଲେ ।ଲୌହଖଣି କର୍ମଚାରୀ ରାଜ କୁମାର ବେହେରା,ଆଲୋକ ପଟ୍ଟନାୟକ ଏବଂ ବିଦ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।