ରାଇରଙ୍ଗପୁ ମ୍ୟୁନିସିପାଲିଟିରେ ବିଜେଡ଼ିର ପ୍ରଚାର ରଥ ଶୁଭାରମ୍ଭ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଆସନ୍ତା ମାର୍ଚ୍ଚ ୨୪ ତାରିଖ ଦିନ ସାରା ଓଡ଼ିଶାରେ ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଉ ସପ୍ତାହେ ରହିଲା । ପ୍ରଚାର ଜୋର ଧରିଲାଣି ।ସବୁ ରାଜନୈତିକ ଦଳ ନିଜ ନିଜର ତରିକାରେ ନିର୍ବାଚନ ବୈତରଣୀରେ ପାର ହେବାକୁ ଚେଷ୍ଟା କରୁଛନ୍ତି । ରାଇରଙ୍ଗପୁର ପୌରାଞ୍ଚଳ ବିଜେଡ଼ି ତରଫରୁ ଆଜି ସ୍ଥାନୀୟ ବିଜୁପଟ୍ଟନାୟକ ଛକରେ ପ୍ରଚାର ରଥର ଦଳୀୟ ହେଭିଓ୍ବେଟ ନେତାଙ୍କ ଦ୍ବାରା ଶୁଭାରମ୍ଭ ହୋଇଛି ।ପ୍ରାରମ୍ଭରେ ଦଳୀୟ ନେତୃବୃନ୍ଦ ,ଅଧ୍ୟକ୍ଷ ପ୍ରାର୍ଥୀ, କାଉନସିଲର, ଯୁବଛାତ୍ର,ମହିଳା,କୃଷକ,ଶ୍ରମିକ ଏକାଠି ହୋଇ ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ନିର୍ବାଚନ ପାଇଁ ୭ଟି ସୁସଜ୍ଜିତ ପ୍ରଚାର ରଥକୁ ପତାକା ହଲାଇ ଶୁଭାରମ୍ଭ ଦେଇଥିଲେ ମୋରଡ଼ା ବିଧାୟକ ରାଜ କିଶୋର ଦାସ, ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ, ବରିଷ୍ଠ ବିଜେଡ଼ି ନେତା ମନୁ ଚୌଧୁରୀ,ରାଜ୍ୟ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ,କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବରିଷ୍ଠ ନାରୀ ନେତ୍ରୀ କମଳା ତିରିଆ,ପୌର ଅଧ୍ୟକ୍ଷ ପ୍ରାର୍ଥୀ ଅଭିଷେକ ପଟ୍ଟନାୟକ, ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ମୟୂରଭଞ୍ଜ ଯୁବ ପର‌୍ୟ୍ୟବେକ୍ଷକ ଗଣେଶ ପ୍ରସାଦ ମହାପାତ୍ର,ସମ୍ବିତ,ସମସ୍ତ ବିଜେଡ଼ି କାଉନସିଲର ପ୍ରାର୍ଥୀ ଏବଂ ଯୁବଛାତ୍ର ପଦାଧିକାରୀ ଓ ଦଳୀୟ କର୍ମି ସାମିଲ ହୋଇଥିଲେ ।ପରେ ୭ଟି ପ୍ରଚାର ରଥ ରାଇରଙ୍ଗପୁର ମ୍ୟୁନିସିପାଲିଟିର ୧୫ଟି ଓ୍ବାର୍ଡରେ ବୁଲି ବୁଲି ରାଜ୍ୟ ସରକାରଙ୍କ ସଫଳ ଯୋଜନା ଉପରେ ପ୍ରଚାର କରିବା ସହ ପ୍ରାର୍ଥିଙ୍କ ସପକ୍ଷରେ ଭୋଟ ପାଇଁ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କାର୍ଯ୍ୟରେ ଲିପ୍ତ ଥିଲା I

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ