ରାଇ ଦାମୋଦର ଦର୍ଶନ
ଆଶ୍ୱିନ ଯାଇନି
କାର୍ତ୍ତିକ ଆସିନି
କାଳିଆ ବାନ୍ଧଇ କେଶ,
ଚାଲ ଲୋ ମିତଣୀ
ଶ୍ରୀକ୍ଷେତ୍ରେ ଦେଖିବା
ରାଇ ଦାମୋଦର ବେଶ ।
ଅପୂର୍ବ ଚାହାଁଣୀ
ଅପରୂପ ଠାଣୀ
ମନ ନେଇଯିବ କିଣି,
ବାଳଧୂପେ ତାର
ବାଳଭୋଗ ପାଇଁ
ଶ୍ରୀକ୍ଷେତ୍ର ହେବ ରହଣୀ ।
ଖୋଇବା ଖାଇବା
କମଳା କାକୁଡି
ଅଦା କଦଳୀ ନଡ଼ିଆ,
ସେଓ ଚାଉଳିଆ
ପଇଡ, ଦୋଭଜା
ଖୁଦି କୋରା ଖଇ ଲିଆ ।
ବଡଛତା ମଠ
ସଙ୍ଗୀତ ଶୁଣିବା
ରାଧା ଦାମୋଦର ରାସ,
ରାଧାକାନ୍ତ ମଠ
ନାମ ସଂକୀର୍ତ୍ତନ
ଲାଗିବ ସତେ ପିୟୂଷ ।
ତୁଳସୀ ଚଉରା
ମୂଳେ ବସି ଆଙ୍କି
ରାଇ ଦାମୋଦର ବେଶ,
ପ୍ରେମେ ମଜ୍ଜି ମାସେ
ମାଳା ଜପୁ ଜପୁ
କାର୍ତ୍ତିକ ହବିଷ ଶେଷ ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ