ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର
ଭୁବନେଶ୍ୱର: ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେବ । ଏନେଇ ମୋଟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ଉକ୍ତ ଟୁଲ ରୁମ ଟ୍ରେନିଂ ସେଣ୍ଟର ପାଇଁ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବାକୁ ଥିବାବେଳେ ରାଜ୍ୟ ସରକାର ଜମି ଯୋଗାଇ ଦେବେ ।
ଅନ୍ୟପକ୍ଷରେ ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ଟୁଲ ରୁମ ଟ୍ରେନିଂ ସେଣ୍ଟରର ଏକ୍ସଟେନସନ ସେଣ୍ଟର ପ୍ରତିଷ୍ଠା ହେବ । ପ୍ରତ୍ୟେକ ଏକ୍ସଟେନସନ ସେଣ୍ଟର ପାଇଁ ୨୦ କୋଟି ଖର୍ଚ୍ଚ ହେବ । ସେହିପରି ସାରା ଦେଶରେ ୨୨୬ଟି ଏମଏସଏମଇ କ୍ଲଷ୍ଟର ହେବ । ଉପକୂଳ ଜିଲ୍ଲାରେ ଅବ୍ୟବହୃତ ୬୭୦୦ ଏକର ଜମିରେ ମାଛ ଚାଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଏମଏସଏମଇ ବିଭାଗ ପକ୍ଷରୁ ଆଗକୁ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେହି ବିଷୟରେ ଆଲୋଚନା କରିବା ପାଇଁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଏମଏସଏମଇ ବିଭାଗର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।


