ରାଉରକେଲାରେ ସୁପର ସ୍ପ୍ରେଡର
ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର । ଜଣେ ବ୍ୟକ୍ତିଙ୍କ ଦ୍ୱାରା ୯୫ ଜଣ ସଂକ୍ରମିତ ହୋଇଛନ୍ତି । ସେକ୍ଟର-୧୬ ଅଞ୍ଚଳର ଜଣେ ପଜିଟିଭଙ୍କ ଦ୍ୱାରା ୯୫ ଜଣ ସଂକ୍ରମିତ ହୋଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂରୁ ଗତକାଲି ୪୯ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଆଜି ପୁଣି ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଉକ୍ତ ଅଞ୍ଚଳରେ ସଂକ୍ରମଣ ନବ୍ୟାପିବା ପାଇଁ ସମସ୍ତ ଉଦ୍ୟକ କରାଯାଉଛି । ବାସନ୍ତୀ କଲୋନୀ ଓ ଗୋଲଘର ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯିବ । ସୁପର ସ୍ପେଡ୍ରରଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ରାଜ୍ୟରେ ଆଉ ୫୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଂଟାଇନ କେନ୍ଦ୍ରରେ ଥିବାବେଳେ ୧୮୯ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୨୪ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୬୭୦୩ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୩୮୬୦ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।


