ରାଉରକେଲା ଅଶାନ୍ତ : ପୁଲିସ ଉପରକୁ ପଥର ମାଡ଼

ଭୁବନେଶ୍ୱର : କରୋନା ମୁକାବିଲା ନେଇ ପ୍ରଶାସନ ଦିନରାତି ଏକ କରିଦେଇଥିବାବେଳେ କଂଟେନମେଂଟ ଜୋନ ଉଠାଇବା ଦାବିରେ ରାଉରକେଲା ଅଶାନ୍ତ ହୋଇପଡ଼ିଛି । ଉତ୍ୟକ୍ତ ଜନତା ପୁଲିସ ଉପରକୁ ପଥର ମାଡ଼ କରିଛନ୍ତି । ପୁଲିସ ସହ ଲୋକମାନେ ଧସ୍ତାଧସ୍ତି କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଅପରପକ୍ଷରେ ପୁଲିସ ମଧ୍ୟ ପାଲଟା ଜବାବ ଦେଇଛି । ଉତ୍ୟକ୍ତ ଲୋକଙ୍କୁ ହଟାଇବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିବାବେଳେ ଟିୟର ଗ୍ୟାସ ଓ ଲାଠିଚାଳନା ହେବବୋଲି ଜାଣିବାକୁ ମିଳିଛି । ସେହିପରି ବରିଷ୍ଠ ପଦାଧିକାରୀମାନେ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ରାଉରକେଲାର କିଛି ଅଂଚଳରେ ବଫର ଜୋନ ଉଠିବା ପରେ ଅନ୍ୟ ଅଂଚଳର ଲୋକମାନେ ତାତି ଉଠିଛନ୍ତି । ମାସକ ପରେ ମଧସୂଦନ ଛକରୁ ଏବି ଲେନରୁ ବଫର ଜୋନ ଉଠିଛି । ପାୱାର ହାଉସ ରୋଡ଼ରୁ ଜନତା ନିବାସ ଗଳି ଯାଏଁ ବଫର ଜୋନ ଉଠିଛି । ତେବେ ଅନ୍ୟ କେତେକ କଂଟେନମେଂଟ ଅଂଚଳକୁ ହଟାଇବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରି ରାସ୍ତା ଉପରକୁ ଉଠି ଆସିଛନ୍ତି । ରାଉରକେଲାର ମୁଖ୍ୟ ରାସ୍ତା ଉପରେ ପୁଲିସ ଉପରକୁ ଟେକାପଥର ମାଡ଼ ମଧ୍ୟ କରାଯାଇଛି । ପଥର ମାଡ଼ରେ ପୁଲିସ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଧିକ ପୁଲିସ ମୁତୟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ