ରାଉରକେଲା ରେଳବାଇ ପୋଲିସକୁୁ ମିଳିଛି ବଡ ସଫଳତା , ୩ ଅନ୍ତରାଜ୍ୟ ଲୁଟେରା ଗିରଫ
ରାଉରକେଲା ପୋଲିସକୁ ମିଳିଛି ବଡ ସଫଳତା । ରାଉରକେଲା ରେଳ ଷ୍ଟେସନରୁ ଜବତ କରିଛି ପୁଳା ପୁଳା ଟଙ୍କା । ରେଳବାଇ ପୋଲିସ ୨ ଟି ଟ୍ରଲି ବ୍ୟାଗରୁ କୋଟି କୋଟି ଟଙ୍କା ଜବତ କରିଛି । ୨ ଟି ଟ୍ରଲିରୁ ପୋଲିସ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିଛି । ପୋଲିସ ଏହି ଘଟଣାରେ ଅନ୍ତରାଜ୍ୟ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି । ରେଳବାଇ ପୋଲିସ ଜବତ କରିବା ସହ ଜିଆରପିକୁ ହସ୍ତାନ୍ତର କରିିଛି । ସବୁଠାରୁ ବଡ କଥା ହେଲା ବିପୁଳ ପରିମାଣର ଟଙ୍କା ଆସିଲା କେଉଁଠୁ ,ଏହି ଟଙ୍କା କୁଆଡେ ଯାଉଥିଲା ।ପୋଲିସ ଏହାର ଛାନଭିନ କରୁଛି ।


