ରାଓ ଆରଏମସିର ସଭାପତି ଭାବେ ନିର୍ବାଚିତ ହେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ RMC କାର୍ଯ୍ୟାଳୟ ଠାରେ RMC (R.ଉଦୟଗିରି ) ର ସଭାପତି ପଦପାଇଁ ନିର୍ବାଚନ ପ୍ରକ୍ରିୟା ଯାରିରହିଥିଲା, ଏହିଅବସରରେ ବିଜେଡି ଦଳର ପ୍ରତିନିଧି ଭାବେ S.ଗଜପତି ରାଓ ପ୍ରତିନିଧିତ୍ଵ କରିଥିଲେ ଏବଂ RMC (R. ଉଦୟଗିରି) ସଭାପତି ଭାବେ ୧୧-୩ ଭୋଟ ବବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି । ୧୫ଜଣ ଡିରେକ୍ଟରଙ୍କୁ ନେଇ ନିର୍ବାଚନ ପ୍ରକ୍ରିୟା ଜାରିରହିଥିଲା ବିଜେଡ଼ି -୧୧,ବିଜେପିକୁ-୩ ଭୋଟ ପାଇଥିଲେ ଏବଂ ଜଣେ ଡିରେକ୍ଟର ଅନୁପସ୍ଥିତ ରହିବା ଜଣାପଡିଛି । ଏହି ଅବସରରେ ସମସ୍ତ ଡାଇରେକ୍ଟର ଓ RMC R ଉଦୟଗିରି ସଭାପତି ଶ୍ରୀ S ଗଜପତି ରାଓ ସହର ପରିକ୍ରମା କରି କଲେଜ ଛକ ସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତୀରେ ଓ ପାରଳାଖେମୁଣ୍ଡି ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଟ ନେତା ତଥା ହାଇଟେକ୍ ଗ୍ରୁପ ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ, ବରିଷ୍ଟ ନେତା ବସନ୍ତ ଦାସ,R ଉଦୟଗିରି ବ୍ଲକ୍ m.p.representive ତଥା ବରିଷ୍ଠ ସମାଜ ସେବୀ ଶ୍ରୀ ଜଗବନ୍ଧୁ ଦାସ, ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ୍ ପାଲ, SDC ଉପାଧ୍ୟକ୍ଷ ଧନେଶ୍ଵର ଭୁଆଁ ସମସ୍ତ ବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ ଓ ବିଜୁଜନତା ଦଳର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ