ରାକେଶ ମେମୋରିଆଲ ହରିହର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ହରପାର୍ବତୀ ଖେଳପଡିଆ ଠାରେ ରାକେଶ ମେମୋରିଆଲ ହରିହର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସ ଉଦଯାପନୀ ମ୍ୟାଚ ଏମସିସି ନିଳିବାରୀ ସହିତ କେବିସିସି ଜଗନ୍ନାଥପ୍ରସାଦ ସହିତ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜଗନ୍ନାଥପ୍ରସାଦ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ସମସ୍ତ ଉଇକେଟ ହରାଇ ୧୮୯ରନ ସଂଗ୍ରହ କରିଥିବାବେଳେ ଜବାବରେ ନିଳିବାରୀ କ୍ରିକେଟ ଟିମ ୧୫ଉଭରରେ ସମସ୍ତ ଉଇକେଟ ହରାଇ ୧୦୯ରନ କରି ପରାଜୟ ବରଣ କରିଥିଲା । ଆୟୋଜିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବଦ୍ରୀନାରାୟଣ ରାଉତ, ଥାନା ସହକାରୀ ଅଧିକାରୀ ଅନୁରାଗ ମହାନ୍ତି, ପ୍ରାକ୍ତନ ସରପଞ୍ଚ ତପସ୍ୱିନୀ ଜେନା ପ୍ରମୁଖ ଯୋଗଦେଇ ଚାମ୍ପିଅନ ଓ ରନଅର୍ସଅପ ଦଳକୁ ଟ୍ରଫି ଓ ନଗଦ ଅର୍ଥରାଶି ସହ ପୁରସ୍କୃତ କରିଥିଲେ । ଅମ୍ପେୟାର ଭାବେ କାଳନ୍ଦୀ ପଣ୍ଡା ଓ ଶାରଦା ପ୍ରଧାନ ଦାୟିତ୍ୱ ନିର୍ବାହ କରିଥିବାବେଳେ ସ୍କୋରର ଭାବେ ରବିନାରାୟଣ ଜେନା ଓ ଭାଷ୍ୟକାର ଭାବେ ପ୍ରତ୍ୟୁଷ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । ଆୟୋଜିତ କ୍ରିଡା ଉତ୍ସବକୁ ହରପାର୍ବତୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ