ରାକେ‌ଶ୍ୱର‌ଙ୍କୁ ଛାଡିଲେ ତିନି ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କଲେ ମାଓବାଦୀ

ଭୁବନେ‌ଶ୍ୱର, (‌ୱାଇଏନ୍‌ଏସ୍‌): ବିଜାପୁରରେ ପୁଣି ଲାଲବାହିନୀର ଆତଙ୍କରାଜ । ଯବାନଙ୍କୁ ଅପରହଣ ପରେ ମୁକ୍ତ କରିବାକୁ ୨୪ ଘଣ୍ଟା ବିତିନି । ପୁଣି ଆଉ ୩ ଜଣଙ୍କୁ ଅପହରଣ କରି ନେଇଛନ୍ତି ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ୩ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି । ଖବର ମୁତାବକ ବିଜାପୁର ଜିଲ୍ଲା ଗାଙ୍ଗାଲୁର ଥାନା କମକାନାର ଅଞ୍ଚଳରେ ୨୦ରୁ ୨୫ଜଣ ସଶସ୍ତ୍ର ମାଓବାଦୀ ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ହାଥ ବାନ୍ଧି ଅପହରଣ କରି ନେଇଛନ୍ତି । ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଜଣଙ୍କ ନାଁ ସାରଦା ବୋଲି ସ୍ପଷ୍ଟ ହୋଇଛି । ଅପହରଣ ଘଟଣା ଉପରେ ପୋଲିସ ନଜର ରଖିଥିବା ବିଜାପୁର ଏସପି କମଲ ଲୋଚନ କାଶ୍ୟପ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ