ରାକ୍ଷୀଙ୍କ ନୂଆ ଅବତାର

ମୁମ୍ବାଇ:ବିଭିନ୍ନ ସମୟରେ ନିଜର ବିନ୍‌ଦାସ ଅନ୍ଦାଜ ପାଇଁ ଗଣମାଧ୍ୟମର ଖବରର ସରବ୍ୟ ପାଲଟିଥିବା ରାକ୍ଷୀ ଆଜି ଆଉ ଏକ ନୂଆ ଅବତାରରେ ଦେଖାଯାଇଛନ୍ତି । ସେ ରାକ୍ଷୀରୁ ସାଜିଛନ୍ତି ସ୍ପାଇଡର ମ୍ୟାନ୍‌। ଲାଲ ଏବଂ ନୀଳ ରଙ୍ଗର ସ୍ପାଇଡର ମ୍ୟାନ୍ ପୋଷାକ ପିନ୍ଧି ରାସ୍ତା ଉପରକୁ ଓହ୍ଲାଇଛନ୍ତି ରାକ୍ଷୀ । ଦେହରେ ସ୍ପାଇଡର ମ୍ୟାନ୍ ପୋଷକ ପିନ୍ଧି ବିଗ୍‌ବସ୍‌ ଓଟିଟିରେ ଭାଗ ନେବାକୁ ଆସିଛନ୍ତି । ବିଗ୍‌ବସ-୧୪ରେ ଲୋକଙ୍କ ମନୋରଂଜନ କରିସାରିଥିବା ରାଖୀ ପୁଣିଥରେ ବିଗ୍‌ବସ-୧୫ରେ ଭାଗ ନେବାକୁ ଯାଉଛନ୍ତି। ତାଙ୍କୁ ନିକଟରେ ସ୍ପାଇଡରମ୍ୟାନ୍‌ ଅବତାରରେ ବିଗ୍‌ବସ ଓଟିଟି ସେଟ୍‌ରେ ଦେଖିବାକୁ ମିଳିଛି।ପ୍ରଥମ ନଜରରେ ରଖୀ ସାୱନ୍ତଙ୍କୁ ଚିହ୍ନି ପାରିନଥିଲେ ଫଟୋଗ୍ରାଫର। କାରଣ ରାଖୀ ତାଙ୍କ ମୁହଁରେ ସ୍ପାଇଡର ମ୍ୟାନ୍‌ର ମାସ୍କ ପିନ୍ଧିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ