ରାଗିଂ,ଛାତ୍ରୀଙ୍କ ପ୍ରତି ଅସଦାଚରଣ ଓ ଯୌନ ନିର୍ଯ୍ୟାତନା ଘଟଣାକୁ ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା
ବ୍ରହ୍ମପୁର, (ଅନିଲ କୁମାର):ସଂପ୍ରତି ଲୋକଲୋଚନକୁ ଆସିଥିବା ବିନାୟକ ଆଚାର୍ଯ୍ୟ ଓ ଖଲ୍ଲିକୋଟ ମହାବିଦ୍ୟାଳୟରେ ରାଗିଂ,ଛାତ୍ରୀଙ୍କ ପ୍ରତି ଅସଦାଚରଣ ଓ ଯୌନ ନିର୍ଯ୍ୟାତନା ଘଟଣାକୁ ଭାରତୀୟ ଜନତା ପାର୍ଟି ତୀବ୍ର ନିନ୍ଦା କରିବା ସହିତ ଭବିଷ୍ୟତ ପାଇଁ ମହାବିଦ୍ୟାଳୟ ଗୁଡ଼ିକରେ ଶୈକ୍ଷିକ ବାତାବରଣକୁ ନଷ୍ଟ କରିବାର ଆଶଙ୍କା ରହିଛି ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି । ଏଣୁ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏବଂ ଛାତ୍ରଛାତ୍ରୀଙ୍କୁ ଭୟମୁକ୍ତ କରିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁବ ଓ ମହିଳା ମୋର୍ଚ୍ଚାର ମିଳିତ ଭାବେ ଏକ ତଥ୍ୟ ଅନୁଧ୍ୟାନ କାରୀ ସମିତି ଗଠନ କରାଯାଇଛି । ଏହି ସମିତି ଆଜି କ୍ୟାମ୍ପସ ସୁରକ୍ଷା ଓ କ୍ୟାମ୍ପସ ବଞ୍ଚାଅ ବାର୍ତ୍ତା ନେଇ ଜିଲ୍ଲାରେ ଥିବା ସମସ୍ତ ମହାବିଦ୍ୟାଳୟ ଗସ୍ତ କରି ସମ୍ପୁର୍ଣ୍ଣ ତଥ୍ୟ ସହ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ତଥ୍ୟ ଅନୁଧ୍ୟାନ କାରୀ କମିଟି ସଦସ୍ୟ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ମହିଳାମୋର୍ଚ୍ଚା ନେତ୍ରୀ ରତ୍ନଗର୍ଭା ସରସ୍ୱତୀ ଦେବୀ,ଜିଲ୍ଲା ଯୁବ ନେତା ଶିବ ଶଙ୍କର ନାୟକ,ଶିବ ଶଙ୍କର ଶତପଥି,କର୍ପୋରେଟର ରଞ୍ଜିତା ବେହେରା,ମାତା ପ୍ରସାଦ ନାୟକ,ସୁରେଶ ରେଡ଼ୀ,ବର୍ଷା ବିଦ୍ୟୁସ୍ମିତା,ଅନୁଜାନନ୍ଦ ବିଶ୍ୱାଳ,ସୋମନାଥ ପାତ୍ର,ଟୁଟୁନ୍ ପାତ୍ର,ଜଗଦୀଶ ପ୍ରଧାନ ପ୍ରମୁଖ ବ୍ରହ୍ମପୁର ସ୍ଥିତ ମହାମୟୀ ମହାବିଦ୍ୟାଳୟ,ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ,ଶଷିଭୂଷଣ ରଥ ମହିଳା ମହାବିଦ୍ୟାଳୟ,ଉମା ଚ଼ରଣ ପଟନାୟକ ଇଂଜିନିୟରିଂ କଲେଜ ଆଦି ବୁଲି ତଥ୍ୟ ଅନୁଧ୍ୟାନ କରିଛନ୍ତି । ଆସନ୍ତା କାଲି ଚିକିଟି,ଦିଗପହଣ୍ଡି ଏବଂ ଗୋପାଳପୁର ଅନ୍ତର୍ଗତ ସମସ୍ତ ମହାବିଦ୍ୟାଳୟ ଗୁଡ଼ିକୁ ଏହି ତଥ୍ୟ ଅନୁଧ୍ୟାନ କମିଟି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆପଣଙ୍କ – ସୁନିଲ କୁମାର ସାହୁ, ମିଡ଼ିଆ ପ୍ରଭାରୀ, ବିଜେପି, ଗଞ୍ଜାମ ।