ରାଗିଗଲେ କଂଗ୍ରେସ ମୁଖପାତ୍ର ବିଜେପି ନେତାଙ୍କ ଉପରକୁ ଫିଙ୍ଗିଲେ ପାଣି ଗ୍ଲାସ୍

ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକଦଳମାନଙ୍କ ପକ୍ଷରୁ ଆରେପ-ପ୍ରତ୍ୟାରୋପ ଜାରି ରହିଛି । ତେବେ ଏକ ଟେଲିଭିଜନ୍ ଶୋ’ରେ ଜଣେ ବିଜେପି ନେତା କଂଗ୍ରେସକୁ ବିଶ୍ୱାସଘାତକ ବୋଲି କହିବାରୁ ମଞ୍ଚରେ ଉପସ୍ଥିତ ଥିବା କଂଗ୍ରେସ ମୁଖପାତ୍ର ରାଗିଯାଇ ତାଙ୍କ ଉପରକୁ ପାଣି ଗ୍ଲାସ ଫିଙ୍ଗିଥିବା ଘଟଣା ସାମ୍ନାକୁ ଆସିଛି । ପ୍ରକାଶ ଯେ, ନ୍ୟୁଜ୍-୨୪ ଚ୍ୟାନେଲରେ ପ୍ରସାରିତ ଏକ ଲାଇଭ ଶୋ’ ସମୟରେ ବିଜେପି ପକ୍ଷରୁ ଦଳୀୟ ନେତା କେ କେ ଶର୍ମା ଏବଂ କଂଗ୍ରେସର ମୁଖପାତ୍ର ଆଲୋକ ଶର୍ମା ଯୋଗଦେଇଥିଲେ । ଏହି ଟେଲିଭିଜନ୍ ଡିବେଟ୍ କାର୍ଯ୍ୟକ୍ରମରେ ଦୁଇ ନେତାଙ୍କ ମଧ୍ୟରେ ଜୋରଦାର୍ ଟକ୍କର ହୋଇଥିଲା । ଏହି ସମୟରେ ବିଜେପି ନେତା କେ କେ ଶର୍ମା କଂଗ୍ରେସକୁ ବିଶ୍ୱାସଘାତକ ବୋଲି କହିବା ପରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଆଲୋକ ଶର୍ମା ଟେବୁଲ ଉପରେ ଥିବା ଏକ ପାଣି ଗ୍ଲାସ୍କୁ କେକେଙ୍କ ଉପରକୁ ଫିଙ୍ଗିଦେଇଥିଲେ । ଏହାପରେ ଉଭୟଙ୍କୁ ଶାନ୍ତ କରିବା ଲାଗି ଟିଭି ଆଙ୍କର୍ ଚେଷ୍ଟା କରିଥିଲେ । ଏଥିପାଇଁ ଆଲୋକ ଶର୍ମାଙ୍କୁ କ୍ଷମା ମାଗିବା ଲାଗି ଟିଭି ଆଙ୍କର୍ ଚେଷ୍ଟା କରିଥିଲେ, ମାତ୍ର ସେ ମାନିନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ