ରାଗିଗଲେ ନେହା
ବଲିଉଡର ଲୋକପ୍ରିୟ ସିଙ୍ଗର ନେହା କକ୍କର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ନିକଟରେ ଏକ କମେଡି ଶୋ’ରେ ତାଙ୍କ ମଜାକ୍ ଉଡାଯିବାକୁ ନେଇ ସେ ରାଗିଯାଇଛନ୍ତି । ଏକ ଶୋ’ରେ ନେହାଙ୍କ ଉପରେ ଏକ କମେଡି ସିନ୍ ରଖାଯାଇଥିଲା । ଏହି ସିନକୁ ନେଇ ଖୁସି ନାହାନ୍ତି ନେହା । ନିଜ ଇନଷ୍ଟାଗ୍ରାମରେ ନିଜ କ୍ରୋଧ ଜାହିିର କରିଛନ୍ତି ସେ । ତାଙ୍କ ଭାଇ ଟୋନି କକ୍କର ମଧ୍ୟ ଏଥିରେ ତାଙ୍କୁ ସାଥ୍ ଦେଇଛନ୍ତି । ଡଃ ପ୍ରାଣ ଲେଲେ ଶୋ’ରେ ଡାକ୍ତର ଭାବେ ଅଭିନୟ କରୁଥିବା କିକୁ ସାରଦା ଏବଂ ନର୍ସ ଗୌରବ ଗେରା ଜଣେ ଛାଟ ଉଚ୍ଚତାର ଯୁବତୀଙ୍କୁ ନେଇ ମଜାକ ଉଡାଉ ଥିଲେ । ପରଦାରେ ଉକ୍ତ ଯୁବତୀଙ୍କ ନାଁ ଥିଲା ନେହା ଶକ୍କର । କେବଳ ଉଚ୍ଚତା ନୁହେଁ, ତାଙ୍କ ଟ୍ୟାଲେଣ୍ଟକୁ ନେଇ ମଧ୍ୟ କମେଡି କରାଯାଇଥିଲା । ଏହାକୁ ନେଇ ନେହା କକ୍କର ରାଗି ଯାଇଥିଲେ ।


