ରାଗିଣୀ ଦେବୀ ସ୍ମୃତି କମିଟି ପକ୍ଷରୁ ଫଳ ବଣ୍ଟନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋପିନାଥପୁର ଗ୍ରାମର ସମାଜସେବୀ ରବିନ୍ଦ୍ର ରାୟଙ୍କ ଧର୍ମପତ୍ନୀ ତଥା ସମାଜସେବିକା ସ୍ୱର୍ଗତା ରାଗିଣୀ ଦେବୀଙ୍କ ଜନ୍ମ ବାର୍ଷିକୀ ଅବସରରେ ରାଗିଣୀ ଦେବୀ ସ୍ମୃତି କମିଟି ପକ୍ଷରୁ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଛି । ସ୍ୱର୍ଗତା ରାଗିଣୀ ଦେବୀ ଲୋକଶକ୍ତି, ବାଘା ଯତୀନ ଲୋକନାଟ୍ୟ, ତୃଣମୃଳ ସ୍ତରୀୟ ବହୁ ମୁଖୀୟ ମହିଳା ଓ ଯୁବ ସଂଗଠନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ୧୯୯୯ ମସିହା ମହାବାତ୍ୟା ପରେ ଆଗରପଡା ଅଞ୍ଚଳର କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟକ୍ରମ ହେବା ସହ ମହିଳା ସଶକ୍ତିକରଣ କାର୍ଯ୍ୟ ଆରମ୍ଭ କରି ମହିଳା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇବାରେ ସଫଳ ହୋଇଥିଲେ । ତାଙ୍କର ଜନ୍ମ ବାର୍ଷିକୀରେ ଆଗରପଡା ରାଗିଣୀ ଦେବୀ ଶିଳ୍ପ ତାଲିମ କେନ୍ଦ୍ରରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । ଏଥିସହ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ରାଗିଣୀ ଦେବୀ ସ୍ମୃତି କମିଟିର ସଭାପତି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ସ୍ମୃତି କମିଟିର ସଂପାଦକ ସତ୍ୟ ସାଧନ ବେଜଙ୍କ ନେତୃତ୍ୱରେ ରାଗିଣୀ ଦେବୀ ଆଇ.ଟି.ଆଇର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ବଳ, ସି.ଏଫ.ଡବ୍ଲ୍ୟୁ.ଏସ୍.ଡି ସଂପାଦକ ଗୋପିନାଥ ଦାଶ, ନୃସିଂହ ମହାନ୍ତି, ଗୋପିନାଥପୁର ସମିତି ସଭ୍ୟ ପ୍ରତିନିଧି ଜଳଧର ଜେନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।