ରାଜକନିକା ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜକନିକା ଥାନା ପୋଲିସର ଉଦାସୀନତା ବିରୋଧରେ ଏକ ପରିବାର ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ରାଜକନିକା ଥାନା ଅନ୍ତର୍ଗତ ଡାଳିକାଏନ୍ଦା ଗ୍ରାମର ସାଧୁ ଚରଣ ବେହେରାଙ୍କ ପୁଅ ଶରତ ଚନ୍ଦ୍ର ବେହେରା ଅଭିଯୋଗ କରିଛନ୍ତି ଯେ ତାଙ୍କର ପୈତ୍ତୃକ ସମ୍ପତ୍ତି ଉପରେ ସେହି ଗ୍ରାମର ପଂଚୁ ବେହେରାଙ୍କ ତିନି ପୁଅ ସୁରେଶ ବେହେରା, ଉପେନ୍ଦ୍ର ବେହେରା ଓ ଲମ୍ବୋଦର ବେହେରା ମିଶି ଯୋରଜବରଦସ୍ତି ଗୃହ ନିର୍ମାଣ କରିବାରେ ଶରତ ତାହାର ପ୍ରତିବାଦ କରିଥିଲେ । ଏହାଫଳରେ ପ୍ରତିପକ୍ଷ ଶରତଙ୍କ ପରିବାର ସଦସ୍ୟଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡମାରି ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏସମ୍ପର୍କରେ ଶରତ ରାଜକନିକା ଥାନାରେ ଅଭିଯୋଗ କରିଥିଲେବି ଥାନା ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶରତ ଶେଷରେ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ କୋର୍ଟରେ କେଶକରି ସେହି ଜମି ଉପରେ ୧୪୪ଧାରା ଜାରି କରିଥିଲେ । କିନ୍ତୁ ଉପଜିଲ୍ଲାପାଳଙ୍କ କୋର୍ଟରୁ ରାଜକନିକା ଥାନାକୁ ପଠାଯାଇଥିବା ୧୪୪ଧାରା ନୋଟିସ ପୋଲିସ ଜାରି କରିଦେଇ ଚୁପଚାପ ବସିପଡିଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ଅପରପକ୍ଷ ଠାରୁ ମୋଟା ଅଙ୍କର ଲାଂଚନେଇ ପୋଲିସ ସେମାନଙ୍କୁ ସେହି ବିବାଦୀୟ ଜମି ଉପରେ ନିଷେଧାଦ୍ଦେଶ ଜାରି ପରେବି ନିର୍ମାଣ କାର୍ଯ୍ୟ କରିବାକୁ ସୁଯୋଗ ଦେଉଥିବା ଶରତ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଶରତ ବାରମ୍ବାର ରାଜକନିକା ଥାନାରେ ଅଭିଯୋଗ କରିଥିଲେବି ପୋଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଶରତଙ୍କୁ ଅତ୍ୟନ୍ତ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରୁଥିବା ଶରତ ଅଭିଯୋଗ କରିଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଶରତ ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ