ରାଜତାରା ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ଯୁକ୍ତ ତିନି ଖୋଲିବା ପାଇଁ ସୁଯୋଗ ମିଳିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାଶୀନଗର ବ୍ଲକ ସିଧାମଡଙ୍ଗ ପଞ୍ଚlୟତ ସିଧାମଡଙ୍ଗ ଗ୍ରାମ ଠାରେ ୧୯୧୪ସ୍ଥାପିତ ରାଜତାରା ଉଚ୍ଚମାଧ୍ୟମିକ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ ଚିଠି ସଂଖ୍ୟା:୧୨୦୪/ତା:୨୦.୦୫.୨୦୨୩ ରିଖ ଅନୁଯାଇ ୨୦୨୩-୨୪ ଶିକ୍ଷାବର୍ଷ ରେ ସ୍ନାତକ କଳା ଶ୍ରେଣୀ ପାଇଁ ୧୨୮ଜଣ ଛାତ୍ର/ଛାତ୍ରୀ ଙ୍କ ପ୍ରବେଶ ନିମନ୍ତେ ନୂତନ ଭାବେ ସୁଯୋଗ ସୃଷ୍ଠି କରାଯାଇଛି। ଏହା ଅବଗତି ପରେ ଅଞ୍ଚଳବାସୀ ,ବୁଦ୍ଧିଜୀବୀ, ଜନସାଧାରଣ ସମସ୍ତେ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି।ଏହି ପରିବେଶଟି କିଛି ପଛୁଆ ବର୍ଗ ,ଆଦିବାସୀ,ହରିଜନ,ଦିନ ମଜୁରିଆଙ୍କ ପରିବାର ରହନ୍ତି। ଏଣୁ ଏଭଳି ସ୍ଥିତିରେ ଯୁବଗୋଷ୍ଠୀ ଯଥେଷ୍ଟ ଶିକ୍ଷାସେବା ନିଶ୍ଚିତ ପାଇଁ ପାରିବେ ବୋଲି କଲେଜର ସମ୍ପାଦକ କେ. ଆରୁଲ୍ କୁମାର କହିଛନ୍ତି, ଏବଂ ରାଜ୍ୟ ସରକାରଙ୍କୁ ଅଜସ୍ର ଧନ୍ୟବାଦ ଜଣାଇଛନ୍ତି।


