ରାଜଧାନୀରେ ଆଜାଦୀ ଠେଙ୍ଗାବାହିୀନର ଅଭିନବ ଅଭିଯାନ
ସର୍ବଭାରତୀୟ ଆଜାଦୀ ଠେଙ୍ଗାବାହିନୀର ମହାସଭା ରାଜଧାନୀରେ ଗତ ଦୁଇଦିନବ୍ୟାପି ଅଭୂତପୂର୍ବ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ପହିଲାରେ ସ୍ୱାଧୀନତା ସଂଗ୍ରାମୀ ସଦନ ପଡିଆରେ ବିଭିନ୍ନ ରାଜ୍ୟ ସମେତ ଓଡିଶାର ୩୦ଟି ଜିଲ୍ଲାରୁ ଆଗତ ପ୍ରାୟ ସହସ୍ରାଧିକ ନାରୀ, ପୁରୁଷ ସେନା ଏହି ମହାସଭାକୁ
ଉଦ୍ଦିପନ୍ନାମୟ କରିପାରିଥିଲେ । ଏଥିରେ ଓଡିଶାର ବହୁ ପ୍ରଗତିଶୀଳ ବୁଦ୍ଧିଜୀବୀ, ଚିନ୍ତକ, ଲେଖକ, ଶିଳ୍ପୀ,କଳାକାର ପ୍ରମୂଖ ଯୋଗଦାନକରି ସର୍ବଭାରତୀୟ ସ୍ତରରେ ମାନ୍ୟତାପ୍ରାପ୍ତ ଶ୍ରମିକନେତା ମାୟାଧର ନାୟକଙ୍କ ମେଜର ଜେନେରାଲ ମହାଭିଷେକ ମହୋତ୍ସବକୁ ସାଦର ସମର୍ଥନ ଜ୍ଞାପନ କରିଥିଲେ । ଶ୍ରୀ ନାୟକ ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ସଦନ ପଡିଆରେ ପହଂଚିଲାକ୍ଷଣି ଠେଙ୍ଗାବାହିନୀର ଚିଫ୍ କମାଣ୍ଡର କୃଷକ ଲକ୍ଷ୍ମଣ ଦାସ ଓ ଶହ ଶହ ସେନା/ସେନାନୀ ସାଇରନ୍ ବଜାଇ ସାଲ୍ୟୁଟ୍ ଦେଇ ମହାଭିଷେକ ମଂଚକୁ ପାଛୋଟି ନେଇଥିଲେ । ସେଠାରେ ଚିଫ୍ କମାଣ୍ଡର ଶ୍ରୀ ନାୟକଙ୍କୁ ପୁଷ୍ପମାଲ୍ୟ ସହ ଅଶୋକସ୍ତମ୍ଭ ଥିବା ଏକ ଠେଙ୍ଗାକୁ ଅର୍ପଣ କରିଥିଲେ । ଚର୍ତୁଦିଗରେ ସୁସଜ୍ଜିତ ସ୍ୱାଧୀନତା ସଂଗ୍ରାମୀ ସଦନ ମଇଦାନ୍ରେ ଭରପୁର ଜନଗଣଙ୍କ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟି ହୋଇଥିଲା । ଚିଫ୍ କମାଣ୍ଡର ଶ୍ରୀ ଦାସ୍ ସ୍ୱାଗତ ଭାଷଣ ଦେଇ କହିଲେ – କୃଷକକୁ ଏ ସମାଜର ମୁଖ୍ୟ ନାୟକ ରୂପେ ମାନିନେଇଥିବା ଆଜାଦୀ ଠେଙ୍ଗାବାହିନୀ ଓଡିଶାର ୩୦ ଜିଲ୍ଲାରୁ ୧୫ ହଜାର, ଦେଶର ୨୮ ରାଜ୍ୟରୁ ୨୨ ହଜାର, ୯ଟି ବିଦେଶୀ ରାଷ୍ଟ୍ରରୁ ୪ ହଜାର, ସମୂଦାୟ – ୪୧ ହଜାର ସେନାଶକ୍ତି ବିଶିଷ୍ଟ ଏକ ମହାଶକ୍ତିରେ ପରିଣତ ହୋଇଥିବା ସଂକଳ୍ପବଦ୍ଧବାହିନୀକୁ ସର୍ବମାନ୍ୟ ମହାନାୟକ ତଥା ମେଜର ଜେନେରାଲ ମାୟାଧର ନାୟକଙ୍କୁ ନବମାନବ ସମାଜ ଗଠନ ଓ ସଂଗଠନ ନିମନ୍ତେ ଉତ୍ସର୍ଗ କରୁଛୁ । ଆଗାମୀ ଦିନରେ ଏ ଆଜାଦୀ ଠେଙ୍ଗାବାହିନୀ ମେଜର ଜେନେରାଲ ମାୟାଧର ନାୟକଙ୍କ ମହାମନ୍ତ୍ର ଦୀକ୍ଷାରେ ଅଭିମନ୍ତ୍ରିତ ମଣିଷ ତିଆରି କାରଖାନାର ମୂଳଦୁଆ ପକାଇବେ । ଏହା ଆମ ମନ, ହୃଦୟ ଓ ଅନ୍ତଃକରଣର ଆବେଗଭରା କଣ୍ଠସ୍ୱର । ମେଜର ଜେନେରାଲ ଶ୍ରୀ ନାୟକ ଦୀର୍ଘ ୧ ଘଂଟା ୪୫ ମିନିଟ୍ ନୀରବଛିନ୍ନ ଭାବେ ବଜ୍ର, ଗମ୍ଭୀର କଣ୍ଠସ୍ୱରରେ ଆତଙ୍କବାଦ ବିପକ୍ଷରେ ସବୁଦେଶର ସମ୍ମିଳୀତ ଯୁଦ୍ଧଘୋଷଣା ଏକାନ୍ତ ଜରୁରୀ ବୋଲି ଆହ୍ୱାନ ଦେଇଥିଲେ । ୨୦୧୯ର ଆସନ୍ନ ନିର୍ବାଚନୀ ଆବହାୱାର ଉଷୁମ୍ ହାୱାକୁ ହେମାଳ କରିଦେଇ ଯେତେବେଳେ ଜମ୍ମୁକାଶ୍ମୀରକୁ ପୁଲୱାମା ଆତଙ୍କୀ ଆକମଣର ଅତର୍କିକତା, ଭୂସ୍ୱର୍ଗରୁ ପରିଣତ କରାଇଦେଲା । ବିଭାଷିକାମୟ ଏକ ନଷ୍ଟସ୍ୱର୍ଗରେ, ଯେତେବେଳେ ସାରାଭାରତ ସ୍ତବ୍ଧ । ତାରିଖଟା ଥିଲା ଫେବୃଆରୀ ୧୪…,ଆତଙ୍କୀ ଆକ୍ରମଣ ଥିଲା ଅଚିନ୍ତନୀୟ ଭାବରେ ଅଭାବିତ – ଗୋଟାଏ ବିସ୍ଫୋରକବୋଝେଇ ଯାନର ଆଖିପିଛୁଳାକେ ଆତ୍ମଘାତୀ ଅପସଂଘାତ ଫଳରେ ମର୍ମନ୍ତୁଦ ମୃତ୍ୟୁଚିତାନଳରେ ଜୀବନ୍ତ ଜଳଗିଲେ ୪୧ରୁ ଉଦ୍ଧ୍ୱର୍ ଭାରତୀୟ ବୀରଯବାନ – ବିନା ଯୁଦ୍ଧରେ । ଏ ଯୁଦ୍ଧ ଦେଶବିଦେଶ, ସୀମାସୀମାନ୍ତରେ ନ’ଲାଗି ସବୁ ଐକ୍ୟବଦ୍ଧ ଅନମନୀୟ ଯୋଦ୍ଧୃବାହିନୀ ପକ୍ଷରୁ ସବୁଯାକ ଗୁଳି, ବୋମା ମାନବିକତାକୁ ଧ୍ୱସ୍ତବିଧ୍ୱସ୍ତ କରୁଥିବା ଆତଙ୍କବାଦ ବିରୁଦ୍ଧରେ ପ୍ରୟୋଗ ହେବା ଆଜିର ଐତିହାସିକ ଆହ୍ୱାନ । ଶ୍ରୀ ନାୟକ କହିଲେ – ରାଷ୍ଟ୍ରମୁଖ୍ୟମାନେ ଏ ଦେଶ, ସେ ଦେଶ, ସ୍ୱଦେଶ-ବିଦେଶ ମନୋଭାବ ନରଖି ନୀତିଗତ ନିଷ୍ପତି ନିଅନ୍ତୁ – ଆତଙ୍କବାଦର ଅକ୍ଟୋପାସୀ ଆଲିଙ୍ଗନରୁ ପୃଥିବୀବାସୀଙ୍କୁ ପରିତ୍ରାଣ ପ୍ରଦାନ କରିବା ପାଇଁ ଏକ ସର୍ବଦେଶୀୟ ଶିଖର ସମ୍ମିଳନୀର ସମୟ ଆସି ପହଂଚିଯାଇଛି । ବର୍ତମାନର ସବୁଠୁ ବଡ ବିଡମ୍ବନା ହେଉଛି – ଆତଙ୍କବାଦ ସାରା ମଣିଷ ଜାତିର, ମାନବିକତାର ଏକ ନମ୍ବର ଶତ୍ରୃ । ଏବେ ଏହାର ଆମଳଚୂଳ ଅନ୍ତଃ ଘଟାଇବାର ବେଳ ପହଂଚିଯାଇଛି । ଖାଲି ଭାରତ-ପାକିସ୍ତାନ ନୁହେଁ, ତମାମ୍ ଦୁନିଆ ପାଇଁ ଦେଶ ବିଦେଶ ନିର୍ବିଶେଷରେ ଅପରିଣାମଦର୍ଶୀ ଆତଙ୍କୀ କାରବାରକୁ ଖତମ୍ କରିବା ଲକ୍ଷ୍ୟରେ ଏକ ଶପଥବଦ୍ଧ ବିଶ୍ୱସେନା ସଂଗଠନର ଜନ୍ମଜାତକ ପ୍ରସ୍ତୁତ କରିବା ପ୍ରଥମ ପ୍ରୟୋଜନ । ଏ ପ୍ରସ୍ତାବ ଜାତିସଂଘରେ ସମ୍ମିଳିତ ଭାବେ ସବୁଦେଶର ଶାସନମୁଖ୍ୟମାନଙ୍କ ସହମତିରେ ହିଁ ଉଠିବା ଦରକାର । ଅମଣିଷମାନଙ୍କ ସୁରିକତାର ଅନ୍ତଃ ଘଟାଇବାପାଇଁ ସାରା ମଣିଷଜାତି ତରଫରୁ ବର୍ତମାନ ଆରମ୍ଭ ହେଉ ଶାଣିତ ସତ୍ୟପାଠ – ପ୍ରତ୍ୟେକ ପର୍ଯ୍ୟାୟକ୍ରମିକ ବୈଠକି ବସି ଆରମ୍ଭ ହେଉ ନିତ୍ୟନିୟମିତ ସର୍ବଦେଶୀୟ ଶିଖର ସମ୍ମିଳନୀ । ଶେଷରେ ଆଜାଦୀ ଠେଙ୍ଗାବାହିନୀର ନବନିଯୁକ୍ତ ମେଜର ଜେନେରାଲ ଭାବରେ ଶ୍ରୀ ନାୟକ ଭାବବିହ୍ୱଳ ହୋଇ କହିଲେ – ଥରେ ଯୁଦ୍ଧ ଲାଗିଲେ କେତେବର୍ଷ ଚାଲିବ କହିହେବନାହିଁ । ଯୁଦ୍ଧ ସମୟରେ ସାଧାରଣ ଲୋକଙ୍କ ବହୁତ କ୍ଷତି ହେବ । କିଛି ବେପାରୀଙ୍କର ହିଁ କେବଳ ବିତକୋଷ ବୃଦ୍ଧି ହେବ । ଆଜିର ଅଙ୍ଗୀକାର ଏଣୁ ଏକ ଆତଙ୍କରହିତ । ବିଶ୍ୱ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଭଳି ବିଶ୍ୱସେନା ସଂଗଠନ ଗଠନ କରାଯାଉ । ଆମେ ସବୁଦେଶର ମଣିଷମାନେ ଆମ ଶାସକ ଓ ପ୍ରଶାସକମାନଙ୍କୁ ବାଧ୍ୟ କରିବା କ୍ଷୁଧା, ବ୍ୟାଧି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା । ଜନପ୍ରତିନିଧିର ଯୁଗ ପ୍ରାୟ ସରିଆସୁଛି, ଏବେ ଆରମ୍ଭ ହେଉ ମଣିଷ-ପ୍ରତିନିଧିର ମହାଯୁଗ – ଏ ସ୍ୱପ୍ନ ମିଥ୍ୟା ନୁହେଁ । ପୃଥିବୀ ମାରଣାସ୍ତ୍ର ମୁକ୍ତ ହେବ – ମରଣମୁକ୍ତ ପୃଥିବୀ ଆଡକୁ ତିଆରି ହେବ ପ୍ରଥମ ପାହାଚ ।
ମାୟାଧର ନାୟକ
ମୋ : ୯୮୬୧୦୩୪୧୬୩