ରାଜଧାନୀରେ ଦୁଲୁକେଇଲେ ରାୟଗଡ଼ାର ଢେମେସା

ରାୟଗଡ଼ା,(ଦୁର୍ଗା ପ୍ରସାଦ ପାଢ଼ୀ ): ୭୬ତମ ସାଧାରଣ ତନ୍ତ୍ର ଦିବସରେ ରାଜଧାନୀର ରାଜ୍ୟସ୍ତରୀୟ ଭୁବନେଶ୍ୱରର ପ୍ୟରେଡ ପଡିଆଠାରେ ରାୟଗଡ଼ାର ଢେମସା ନୃତ୍ୟ ବେଶ୍ ଆକର୍ଷଣୀୟ ସାଜିଥିଲା। ଓଡ଼ିଶାର ୩୦ଟି ଜିଲ୍ଲାରୁ ୪ଟି ଜିଲ୍ଲା ର ବିଭିନ୍ନ କଳା କାର ମାନେ ଏଥିରେ ସାମିଲ ହୋଇଥିବା ବେଳେ ରାୟଗଡ଼ାର ଢେମସା ନୃତ୍ୟ ବେଶ୍ ଆଦୃତ ଲାଭ କରିଥିଲା । ଆଦିବାସୀ ପରମ୍ପରାର ବେଶଭୂଷାରେ ସଜ୍ଜିତ ହୋଇ ସେମାନଙ୍କ ଧରଣୀ ଦେବତା ବା “ପେନୁ’ କୁ ନିଜ ଫସଲ ଉତ୍ପାଦନ ଠାରୁ ଆରମ୍ଭ କରି ନିଜ ପରିବାର ଓ ସମ୍ପର୍କୀୟ ମାନେ କି ଭଳି ଭଲରେ ରହିବେ ସେଥିପାଇ ନିଜ ଇଷ୍ଟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ସେହିଭଳି ଭୁବନେଶ୍ୱର ଠାରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଆଦିବାସୀ ମାନେ ନିଜ ବେଶଭୂଷାରେ ସଜ୍ଜିତ ହୋଇ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରି ମନ ମହି ଥିଲେ। ନାଟକ ମାଧ୍ୟମରେ ଆଦିବାସୀ କୁଇ ଭାଷାରେ ଜାନିଯାତ୍ରା ସମୟରେ ନିଜ ପ୍ରେମିକକୁ ତାର ମନମୁତାବକ ଉପହାର ଦେବା ପାଇଁ ଚଳିତ ବର୍ଷ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ସୁନା,ରୂପା କିଣି ଦେବୀ ବୋଲି ଆଦିବାସୀ ସଙ୍ଗୀତ ମାଧ୍ୟମରେ ବୁଝଉଛି। ଆକାଶରେ ଉଈଥିବା ଜନ୍ନ,ତାରା ଦେଖି ଗାଁର ଜାନି ଦିଶାରି ବିଭିନ୍ନ ପର୍ବ ପର୍ବାଣୀ ତଥା କାନ୍ଦୂଲ ନୂଆ ଖିଆ, କାଡୁର୍ ପର୍ବ ଭଲି ବିଭିନ୍ନ ଆଦିବାସୀ ମାନଙ୍କ ମହାନ୍ ପର୍ବ ପାଇଁ ଧରଣୀ ଦେବତାଙ୍କୁ ନିମତ୍ରଣ କିପରି କରାଯାଏ ତାହା ମଧ୍ୟ ରାଜଧାନୀର ପ୍ୟରେଡ ପଡ଼ିଆରେ ସୁନ୍ଦର ଭାବେ ଆଦିବାସୀ ଡେମେସା ନୃତ୍ୟ ମାଧ୍ୟମରେ ସୁନ୍ଦର ଭାବେ ପରିବେଷଣ କରିଥିଲେ। ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଜେକେପୁର୍ ନିକଟ ଗେଟିପୋଡା ଗ୍ରାମରର ମାଆ ସୋନ୍ତୋଷି ଗ୍ରୁପର କଳାକାରମାନେ ରାଜଧାନୀରେ ସାଧାରଣତନ୍ତ୍ର ଦିବସରେ ଦୁଃ ସାହସିକ କଳା ପ୍ରଦର୍ଶନ କରି ଜିଲ୍ଲାକୁ ସମ୍ନାନ ଆଣି ଥିବାରୁ ବିଭିନ୍ନ ମହଲରେ ଏହି କଳାକାର ମାନଙ୍କୁ ପ୍ରଶଂସାର ଛୁଅ ଛୁଟୁଛି। ସେହିଭଳି ଏହି କଳାକାର ମାନେ ଜିଲ୍ଲା ପରେ ରାଜ୍ୟ ଓ ଜାତୀୟ ସ୍ତରରେ ଯଦି ସୁଯୋଗ ମିଳେ ତାହେଲେ ନିଶ୍ଚିତ ଭାବେ ଆମ କଳାକୁ ପ୍ରଦର୍ଶନ କରି ଜିଲ୍ଲା ତଥା ରାଜ୍ୟର ନାମ ରଖିବୁ ବୋଲି ମତ ରଖିଛନ୍ତି। ଏଥିପୂର୍ବରୁ ଏହି କଳାକାର ମାନଙ୍କ ଦ୍ଵାରା ଜିଲ୍ଲା ସ୍ତରରେ ହୋଇଥିବା ସରକାରୀ ସଚେତନ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଶଂସା ପାଇ ଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ